ଟୋକିଓ ଅଲିମ୍ପିକ୍ସରେ ଚମକିଲେ ନୀରଜ ଚୋପ୍ରା
ଟୋକିଓ: ଭାରତର ଶ୍ରେଷ୍ଠ ଜାଭ୍ଲିନ୍ ଖେଳାଳି ନୀରଜ ଚୋପ୍ରା ଆଜି ଜାପାନର ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାର ପୁରୁଷ ଜାଭ୍ଲିନ୍ (ବର୍ଚ୍ଛା) ପ୍ରତିଯୋଗିତାରେ ଅନାୟାସରେ ଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଉଦ୍ୟମରେ ସେ ୮୬.୬୫ ମିଟର୍ ଦୂରକୁ ଜାଭ୍ଲିନ୍ ଫିଙ୍ଗି ଏଭଳି ସଫଳତା ହାସଲ କରିଛନ୍ତି। ଆଗାମୀ ଶନିବାର ଅପରାହ୍ଣ ୪.୩୦ରେ ଜାଭ୍ଲିନ୍ ଥ୍ରୋ’ ଫାଇନାଲ୍ ପ୍ରତିଯୋଗିତା ଆୟୋଜନ କରାଯିବ। ଜାଭ୍ଲିନ୍ରେ ଫାଇନାଲ୍କୁ ପ୍ରବେଶ କରିବା ପାଇଁ ଯୋଗ୍ୟତା ୮୩.୫ ମିଟର୍ ଥିଲା। କିନ୍ତୁ, ଚୋପ୍ରାଙ୍କୁ ଏଥିପାଇଁ ଦ୍ବିତୀୟ ବାର ଉଦ୍ୟମ କରିବାକୁ ପଡ଼ି ନ ଥିଲା।