ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ୫୮ ତମ ଆରାଧନା ମହୋତ୍ସବ ମହାସମାଧି ଦିବସ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମ ପଂଚାୟତର ଦିବ୍ୟ ଜୀବନ ସଂଘ ଶିବାନନ୍ଦ ସେବାଶ୍ରମ ପିଙ୍ଗଳ ଆନୁକୂଲ୍ୟରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ୫୮ ତମ ମହାସମାଧି ଦିବସ ଅଧ୍ୟକ୍ଷା ସ୍ୱାମୀ ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଭିଡ ନିୟମ ଅନୁପାଳନ ପୂର୍ବକ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ ଓଁକାରମ, ଶଙ୍ଖଧ୍ୱନୀ, ସଙ୍କୀର୍ତନ, ପାଦୂକାପୂଜା, ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଜୀବନୀ ଓ ଦର୍ଶନ ସଂପର୍କରେ ଆଲୋକପାତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସ୍ୱାମିଜୀ ରାମଶରଣାନନ୍ଦ ଜୀ ଓ ଅନନ୍ଦ ମାର୍ଗର ଅବଧୁତ ବିକାଶାନନ୍ଦଜୀ ମହାରାଜ ଶ୍ରଦ୍ଧାଳୁମାନଙ୍କୁ ଆଜି ଦିବସରେ ମହତ୍ୱ ଓ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ସଂପର୍କରେ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ । ଦିବ୍ୟ ଜୀବନ ସଂଘ, ଗରାପୁର ଶାଖାର ସଭାପତି ଶରତ କୁମାର ପାତ୍ର ସ୍ୱାଗତ ଅଭିଭାଷଣ ସହ ଦିବସର ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ପରେ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନର ସଭାପତି ଅମରେନ୍ଦ୍ର ରାଉତ, ବିଶିଷ୍ଟ କଥାକାର ଶରତ କୁମାର ରଥ, କାମଦେବ ରାଉତ, ମଞ୍ଜୁଳା ଦେବୀ, କବି ଶୈଳେଜା ଶଙ୍କର ସାମଲ, ଶଙ୍କର୍ଷଣ ସାହୁ, ବୈଷ୍ଣବ ବେହେରା, ସୁନାକର ରାଉତ, ଭାଗବତ ଷଡଙ୍ଗୀ, କବୟତ୍ରୀ ଜାମିନୀ ଦାସ, ବିଷ୍ଣୁ ଚରଣ ସାମଲ, ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଜୀବନୀ, ଲୀଳା, ଦର୍ଶନ ସଂପର୍କରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଭକ୍ତି ପ୍ଲାବିତ କରିବା ପାଇଁ ବିଶିଷ୍ଟ ଗାୟକ ତଥା ଶିବାନନ୍ଦ ଭଜନ ଗଙ୍ଗାର ଗାୟକ ରାଜ କିଶୋର ଜେନା, ଗାୟକ ସୁଶିଲ ସୁତାର, ସୌଭାଗିନୀ ମହାପାତ୍ର ପ୍ରମୁଖ ଭକ୍ତି ସଂଗୀତ ମାଧ୍ୟମରେ ସ୍ମୃତି ଅର୍ଘ୍ୟ ପ୍ରଦାନ କରିଥିଲେ । ସର୍ବୋପରି ବ୍ରହ୍ମଚାରୀ ନୃସିଂହ ମହାରାଜ, ଶ୍ରୀବତ୍ସ ନାୟକ, ଗଗନ ସିଂହ କାର୍ଯ୍ୟକ୍ରମ ସଂଗଠିତ ହେବାରେ ସହଯୋଗ କରିଥିଲେ । ଆଶ୍ରମର ଉଦ୍ୟକ୍ତା ଯୁବ ପ୍ରତିଭୁ କୈଳାସ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।