ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ରତ୍ନାକର ନୋଡାଲ ଉଚ୍ଚ ବିଦ୍ୟାଳୟ ଆଞ୍ଚଳିକ ସାଧନକେନ୍ଦ୍ର ପକ୍ଷରୁ ବଡଗାଁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସି.ଆର.ସି.ସି. ଅନନ୍ତ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ମୁଖ୍ୟ ଅତିଥି, ଏ.ବି.ଇ.ଓ. ତଥା ବି.ଆର.ସି.ସି. ସୁବାଷ ଚନ୍ଦ୍ର ବିଶ୍ୱାଳ, ଏ.ବି.ଇ.ଓ. କୁମୁଦିନୀ ଦେଇ, ସହକାରୀ ବିଡିଓ ଅନିରୁଦ୍ଧ ବେହେରା, ରାଧାମୋହନଜୀଉ ବୈଷୟିକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପିତାମ୍ବର ସାହୁ, ବଡଗାଁ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କମିଟିର ଅଧ୍ୟକ୍ଷ ଗଜେନ୍ଦ୍ର ମହାନ୍ତି,ବଡଗାଁ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରତାପ ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ରାଧାମୋହନଜୀଉ ବୈଷୟିକ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମଳୟ କୁମାର ମହାରଣା, ଜଣ୍ଟିଲୋ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ନାୟକ, ଜମଧର ନାରାୟଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ସହକାରୀ ଶିକ୍ଷୟିତ୍ରୀ କମଳା ସାହୁ ଓ ବଡଗାଁ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ସହକାରୀ ଶିକ୍ଷୟିତ୍ରୀ ଶାନ୍ତିଲତା ବାରିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନାରାୟଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଶୋଭାରାଣୀ ମାହାଳି ଉଦଘାଟନୀ ସଂଗୀତ ଗାନ କରିଥିବା ବେଳେ ଇଡିଆଳି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମନୋଜ କୁମାର ବାରିକ ଅତିଥି ପରିଚୟ ପ୍ରଦାନ ଓ ଶେଷରେ ରତ୍ନାକର ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ହେମାଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ