ଗାଁ କଲ୍ୟାଣ ସମିତି ପକ୍ଷରୁ କୋଭିଡ୍ ସଚେତନତା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ଗ୍ରାମରେ ଗାଁ କଲ୍ୟାଣ ସମିତି ପକ୍ଷରୁ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୱାର୍ଡ ସଭ୍ୟ ରାମ ଚନ୍ଦ୍ର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅଙ୍ଗନୱାଡି କର୍ମୀ ସସ୍ମିତା ତ୍ରିପାଠୀ, ଆଶା କର୍ମୀ ରଞ୍ଜିତା ପଣ୍ଡା, କମିଟି ସଦସ୍ୟା ରେବତୀ ବେହେରା, ହୀରାମଣି ସାହୁ, ମମତା ଜେନା ଘର ଘର ବୁଲି ଲୋକ ମାନଙ୍କୁ କୋଭିଡ୍ ସଂପର୍କରେ ସଚେତନତା କରିବା ସହିତ ଲୋକ ମାନଙ୍କୁ ମାସ୍କ, ସାନିଟାଇଜର ଓ ସାବୁନ୍ ଆଦି ବଣ୍ଟନ କରିଥିଲେ । ଏଥିରେ ଶତୃଘ୍ନ ମଣ୍ଡଳ, କାର୍ତ୍ତିକ ଜେନା ସହଯୋଗ କରିଥିଲେ ।


