ଛାତ୍ର ତୁଷାରକାନ୍ତ ମୃତ୍ୟୁ ମାମଲା: ଯୋଜନାବଦ୍ଧ ଭାବେ ହତ୍ୟା ଅଭିଯୋଗ

କଟକ, (ୱାଇଏନ୍‌ଏସ୍‌): କଟକର ଯୁକ୍ତ ୨ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ମାମଲାରେ ତୁଷାରକାନ୍ତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ କ୍ୟାଂଟନମେଂଟ ଥାନାରେ ଏତଲା ଦାୟର୍ ହୋଇଛି । ଏପରିକି କଲ୍ ରେକର୍ଡ଼ ଯାଂଚ୍ ପାଇଁ ଦାବି ହେଉଛି । ସେହିପରି ଇତିମଧ୍ୟରେ ତୁଷାର ଓ ତାଙ୍କ ବାନ୍ଧବୀଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଥିବା କୁହାଯାଉଛି ।ଏନେଇ ସୂଚନା ଦେଇ କଟକ ଡ଼ିସିପି ପ୍ରତୀକ ସିଂହ କହିଛନ୍ତି ଯେ, ତୁଷାରଙ୍କ ଶବ ଭାସୁଥିବା ଅବସ୍ଥାରେ ଗତକାଲି ନଦୀରୁ ଉଦ୍ଧାର ହୋଇଛି । ଜଗତପୁର ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ଗତକାଲି ମୃତ ଛାତ୍ରଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ମାମଲାର ତଦନ୍ତ କରୁଛି ପୋଲିସ । ପ୍ରକାଶ ଥାଉକି, ଗତ ୩ ତାରିଖରୁ ନିଖୋଜ ଛାତ୍ର ତୁଷାରକାନ୍ତଙ୍କ ବାଇକ୍ ଧବଳେଶ୍ୱର ଘାଟରୁ ମିଳିଥିଲା । ପୋଲିସ, ଅଗ୍ନିଶମ ବାହିନୀ ଓ ଓଡ଼୍ରାଫ୍ ଟିମ୍ ପକ୍ଷରୁ ମହାନଦୀରେ ଖୋଜାଖୋଜି ପରେ ନଦୀ ଜଳରୁ ଗତକାଲି ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ