ବ୍ରହ୍ମପୁରରେ ଖୋଲିଲା ପାର୍କ

ବ୍ରହ୍ମପୁର, (ଅନିଲ କୁମାର): କରୋନା ମହାମାରୀ ଯୋଗୁଁ ଦୀର୍ଘଦିନ ଧରି ବ୍ରହ୍ମପୁର ମହାନଗରର ବିଭିନ୍ନ ପାର୍କ ବନ୍ଦ ରହିଥିଲା । ବୁଧବାର ଅପରାହ୍ନରୁ ମହାନଗର ନିଗମର ନିଷ୍ପତ୍ତି କ୍ରମେ ପାର୍କ ଗୁଡ଼ିକ ଖୋଲଯାଇଛି । ରାମଲିଙ୍ଗେଶ୍ୱର ପାର୍କ, ବିଜୁ ପଟ୍ଟନାୟକ ପାର୍କ, ଗାନ୍ଧି ପାର୍କ ଓ ନେହେରୁ ପାର୍କ ଖୋଲାଯାଇଥିବା ଯୋଗୁଁ ପ୍ରଥମ ଦିନରେ ବହୁ ଜନସାଧାରଣଙ୍କ ଭୀଡ଼ ପରିଲକ୍ଷିତ ହୋଇଥିଲା । କରୋନା କଟକଣା ନିୟମ ଅନୁଯାୟୀ ପାର୍କରେ ସମାଜାକି ଦୂରତା ଓ ମାସ୍କ ପରିଧାନକୁ ଗୁରୁତ୍ୱ ଦିଆଯାଇଥିଲା । ଦୀର୍ଘଦିନ ଧରି କରୋନା ଲାଗି ରହିଥିବା ଯୋଗୁଁ ଜନସାଧାରଣ ଘର ଭିତରେ ରହିଥିବା ବେଳେ ପାର୍କ ଖୋଲାଯାଇଥିବା ଯୋଗୁଁ ବହୁ ଜନସାଧାରଣ ସପରିବାର ସହ ପାର୍କର ମଜା ନେଇଥିବା ପରିଲକ୍ଷିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ