ଦିଲ୍ଲୀରେ ପୁଣି ଲଗାତର ଭାବେ ତୃତୀୟ ଦିନରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଲଗାତର ଭାବେ ତୃତୀୟ ଦିନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନାରାୟଣା ଶିଳ୍ପାଞ୍ଚଳରେ ଥିବା ଏକ କାରଖାନାରେ ଭୀଷଣ ନିଆଁ ଲାଗିଛି । ନିଆଁ ଲିଭାଇବା କାର୍ଯ୍ୟରେ ୨୯ଟି ଦମକଳ ଗାଡି ନିୟୋଜିତ ହୋଇଥିଲେ ମଧ୍ୟ ଏପଯ୍ୟନ୍ତ ନିଆଁ ଆୟତ୍ତ କରାଯାଇ ପାରିନାହିଁ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି।

ଗୁରୁବାର ସକାଳେ ନାରାୟଣା ଶିଳ୍ପାଞ୍ଚଳର ଫେସ-୧ରେ ଏକ ନାମୀ କମ୍ପାନୀ ଆର୍ଚିଜ ପରଫ୍ୟୁମ୍ କାରଖାନାରେ ଭୀଷଣ ନିଆଁ ଲାଗିଥିଲା । ନିଆଁ ଲାଗିବାର ଦୁଇ ଘଣ୍ଟା ପରେ ମଧ୍ୟ ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ । ପରଫ୍ୟୁମ୍ ବ୍ୟତିତ ଏହି କାରଖାନାରେ ଗ୍ରିଟିଂ କାର୍ଡ ଏବଂ ଅନ୍ୟାନ୍ୟ ଗିଫ୍ଟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଏ । ନିଆଁ ଲାଗିଥିବା ଅଟ୍ଟାଳିକାରେ କର୍ପୋରେଟ୍ ଅଫିସ୍ ରହିଛି । ତେଣୁ ଯଥାଶୀଘ୍ର ନିଆଁକୁ ଆୟତ୍ତ କରାନଗଲେ ଅନ୍ୟ ସ୍ଥାନକୁ ବ୍ୟାପିବାର ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ଦିଲ୍ଲୀ ପଶ୍ଚିମପୁରୀ ଅଞ୍ଚଳରେ ସଟସର୍କିଟ ଯୋଗୁଁ ନିଆଁ ଲାଗି ୨୫୦ ବଖରା ବସ୍ତି ଘର ଜଳି ଯାଇଥିଲା । ସେହପରି ମଙ୍ଗଳବାର କରୋଲବାଗରେ ଥିବା ହୋଟେଲ ଅର୍ପିତ ପ୍ୟାଲେସରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୭ଜଣଙ୍କର ପ୍ରାଣ ହାନି ଘଟିଥିଲା ଏବଂ ୩୬ରୁ ଅଧିକ ଆହତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ