କେବେ ନିର୍ମାଣ ଶେଷ ହେବ ହିଂଜିଳିକାଟୁ ମାର୍କେଟ କମ୍ପେ୍ଳକ୍ସ
ହିଂଜିଳିକାଟୁ, (ଶେଷଦେବ ସାହୁ) : ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ତଥା ଜିଲ୍ଲ।।ର ଏକମାତ୍ର ପୌରାଂଚଳ ହିଂଜିଳିକାଟୁ ସହରକୁ ବାଣିଜ ବ୍ୟବସାୟ ସକାଶେ ପ୍ରତ୍ୟହ ନିକଟବର୍ତି ୪୦ରୁ ଉର୍ଦ୍ଧ୍ୱ ଗ୍ରାମର ଜନ ସାଧାରଣ ଓ ବ୍ୟବସାୟୀ ବେପାର ବଣିଜ କରିବାକୁ ହିଂଜିଳିକାଟୁ ସହରକୁ ଆସିଥାନ୍ତି । ବହୁ ସଂଖ୍ୟକ ଗାଡ଼ି ମୋଟର ଓ ଯାନବାହାନ ପାର୍କି ସକାଶେ ସ୍ଥାନର ଅଭାବ ଯୋଗୁଁ ବହୁ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ପୌରାଂଚଳ ପରିବା ବଜାର ନିକଟସ୍ଥ ଅଂଚଳରେ ପ୍ରାୟ ୧୧ ହଜାର ବର୍ଗ ମିଟର ପରିମିତ ଅଂଚଳରେ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ ସକାଣେ ୯କୋଟି ୫୬ଲକ୍ଷ ଟଙ୍କା ବ୍ୟୟବରାଦ କରିବା ସହ ଗତ ୨୦୧୭ ମସିହା ଏପ୍ରିଲ ୧୪ ତାରିଖରେ ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ୨୦୨୦ ମସିହା ଅକ୍ଟୋବର୨୯ ତାରିଖ ଠାରୁ ଜବର ଦଖଲ ଉଛେଦ କରାଯାଇ ନିର୍ମାଣ କାର୍ଯ୍ୟାରମ୍ଭ କରାଯାଇଥିଲା । ସଂପୃକ୍ତ ପରିମିତି ଅଂଚଳର ସାଉଥ ବ୍ଳକର ୪ହଜାର ୫ଶହ ବର୍ଗ ମିଟର ଜମିରେ ୪ତାଲା ବିଶିଷ୍ଟ କୋଠା ମୋଟ ୪୮ ଟି ପ୍ରକୋଷ୍ଠ ନିର୍ମାଣ ହେବାକୁ ଥିବା ବେଳେ ନର୍ଥ ବ୍ଳକର ୬ ହଜାର ୫ଶହ ବର୍ଗ ମିଟର ଜମିରେ ୪ତାଲା ବିଶିଷ୍ଟ କୋଠା ମୋଟ ୧୧୦ ଟି ପ୍ରକୋଷ୍ଠ ନିର୍ମାଣ ହେବା ପାଇଁ ସ୍ଥିରିକୃତ ହୋଇଛି । ସଂପୃକ୍ତ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ କାର୍ଯ୍ୟାରମ୍ଭ ଠାରୁ ୧୧ ମାସ ସମୟ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ସକାଶେ ଚୁକ୍ତି କରାଯାଇଥିଲା । ନିର୍ମାଣ କାର୍ଯ୍ୟାରମ୍ଭର ୮ ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ ସାଉଥ ବ୍ଳକର ଅଧା କାର୍ଯ୍ୟ ମଧ୍ୟ ଶେଷ ହୋଇପାରନାହିଁ । ନର୍ଥ ବ୍ଳକର ଏଯାବତ୍ କାର୍ଯ୍ୟାରମ୍ଭ ହୋଇନଥିବା ଦେଖିବାକୁ ମିଳିଛି । ନିର୍ମାଣର ୧୧ମାସ ମଧ୍ୟରେ କାର୍ଯ ଶେଷ କରିବାକୁ ଚୁକ୍ତି କରାଯାଇଥିଲେ ମଧ୍ୟ କେବଳ ଗୋଟିଏ ବ୍ଳକର ଅଧା କାମ ଶେଷ ନହେବା ହାସ୍ୟସ୍ପଦ । ମାର୍କେଟ କମ୍ପେ୍ଳକ୍ସର ନିର୍ମାଣ କାର୍ଯ୍ୟ ଶେେ କେବେ ହେବ ଏବଂ ବ୍ୟବସାୟୀ ମାନଙ୍କୁ ମାର୍କେଟ କମ୍ପେ୍ଳକ୍ସ ଗୃହ କେବେ ଶେଷ ସେ ନେଇ ସ୍ଥାନୀୟ ଅଂଚଳର ବ୍ୟବସାୟୀଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଝଟଣା ନେଇ ପୂର୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ଉମାଚରଣ ପ।।ଢିଙ୍କୁ ପଚାରିବାରୁ ସେ କୁହନ୍ତି ବିଡ଼ିଏ ପକ୍ଷରୁ ଅର୍ଥ ପ୍ରଦାନ କରାଯାଇନାହିଁ । ସଂପୃକ୍ତ ଠିକାଦାରଙ୍କ ନିକଟରେ ଅର୍ଥାଭାବ ଯୋଗୁଁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ । ଘଟଣା ନେଇ ଠିକାଦାର ସରୋଜ କୁମାର ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି କେବଳ ସାଉଥ ବ୍ଳକ ନିର୍ମାଣ ସକାଶେ ୧ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ କେବଳ ୨୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଶ୍ରମିକ ମାନଙ୍କ ମଜୁରୀ ଓ ଆବଶ୍ୟକ କଂଚାମାଲ କ୍ରୟ ସକାଶେ ଅର୍ଥାଭାବ ଯୋଗୁଁ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଛି । ଏପରିକି ସଂପୃକ୍ତ ଠିକାଦାର ସ୍ଥାନୀୟ ବସ୍ ଟର୍ମିନାଲ କାର୍ଯ୍ୟ କରିଥିବା ବେଳେ ପ୍ରାୟ ୭୨ ଲକ୍ଷ ଟଙ୍କା ଏବେ ପର୍ଯ୍ୟନ୍ତ ବକେୟା ରହିଛି । ନିର୍ମାଣ କାର୍ଯ୍ୟ ସକାଶେ ବିଭାଗ ପକ୍ଷରୁ ଅର୍ଥ ରାଶି ଯୋଗାଇ ଦିଆଗଲେ ନିର୍ମାଣ କାର୍ଯ୍ୟ ପୁଣିଥରେ ଆରମ୍ଭ କରାଯିବ । ଏପରିକି ନର୍ଥ ବ୍ଳକରେ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ ସ୍ଥାନରେ ବହୁ ବ୍ୟବସାୟୀ କବ୍ଚା କରିଥିବା ବେଳେ ପୌର ପ୍ରଶାସନ ପକ୍ଷରୁ ସଂପୃକ୍ତ ସ୍ଥାନ ହସ୍ତାନ୍ତର କରାଯାଇନଥିବା ଯୋଗୁଁ କାର୍ଯ୍ୟାରମ୍ଭ ହୋଇନଥିବା ଜଣାପଡ଼ିଛି । ଏ ନେଇ ସ୍ଥାନୀୟ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ ।