ପୋଲିସର ଉଦାସୀନତା ବିରୋଧରେ ବିଜେପିର ପ୍ରତିବାଦ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ବାଳକାଟି ପଞ୍ଚାୟତର ଓ ଜଗସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ଧାରଣାରତ ଦଳିତ ମହିଳାମାନଙ୍କ ଉପରେ ଶାସକ ଦଳ ସରପଞ୍ଚ ଏବଂ ସେମାନଙ୍କ ସମର୍ଥକଙ୍କ ଗୁଣ୍ଡାମାନଙ୍କ ଆକ୍ରମଣ ଓ ସମ୍ବିଧାନ ପ୍ରଣେତା ଡଃ. ଆମ୍ବେଦକରଙ୍କୁ ଅସମ୍ମାନିତ କରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫରେ ପୋଲିସର ଉଦାସୀନତା ପ୍ରତିବାଦରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା ଆୟୋଜିତ ହେବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପି ହେଉଥିବା ଏହି ଆନ୍ଦୋଳନରେ କେନ୍ଦ୍ରାପଡା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା ସଭାପତି ସୁଦାମ ଚରଣ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ, ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ବିଜେପି ନେତା ସୁନାକର ବେହେରା, ରାଜ୍ୟ ପ୍ରଭାରୀ ଗୁରୁଚରଣ ସେଠୀ, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅମୃତ ରଞ୍ଜନ ସ୍ୱାଇଁ, ମହମ୍ମଦ ସଲିମ ଖାନ, ଶଶାଙ୍କ ଶେଖର ସେଠୀ, କୃଷ୍ଣଚନ୍ଦ୍ର ପଣ୍ଡା,ଡଃ. କଳ୍ପନା ମଲ୍ଲିକ, ଉପିନ ରାଉତ, ଅଭିମନ୍ୟୁ ଗୋଚ୍ଛାୟତ, ଜିଲ୍ଲା ପରିଷଦ ସଦସ୍ୟ ନାରଦ ବିଶ୍ୱାଳ, ସନ୍ତୋଷ ଜେନା, ଦେବାଶୀଷ ଦାସ, ବିକ୍ରମ ରାଉତରାୟ, ମାଧବାନନ୍ଦ ମଲ୍ଲିକ, ଅମିତାଭ ସୁଆର, ବିକ୍ରମାଦିତ୍ୟ ସାହୁ, ମିହିର କୁମାର ସାମଲ, ବିନ୍ଦୁସାଗର ଦାସ, ପ୍ରିୟଦର୍ଶିନୀ ନନ୍ଦ, ରଞ୍ଜିତ ଆଚାର୍ଯ୍ୟ, ସତ୍ୟପ୍ରକାଶ ସାମଲ, ସେକ୍ ବୁରହାନ ଅଲ୍ଲୀ, ଦିଲ୍ଲିପ ଦାସ, ଉମାକାନ୍ତ ନାୟକ, ମମତାମୟୀ ସାମଲ ଓ ସମସ୍ତ ମଣ୍ଡଳ ସଭାପତି ପ୍ରମୁଖ ନେତୃମଣ୍ଡଳୀ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାର୍ଥ ସିଂ, ବାଦଲ ମଲ୍ଲିକ, ଅଶୋକ ସେଠୀ, ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ଅବିିନାଶ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ