ବେଲଗୁଣ୍ଠା ବ୍ଳକର ବିଜୁ ଛାତ୍ର ଜନତା ଦଳର ମଙ୍ଗ ଧରିଲେ ଜ୍ୟୋତି ରଞ୍ଜନ ନାୟକ

ଗାଙ୍ଗପୁର (ସନ୍ତୋଷ ବିଶୋୟୀ): ଆଗାମୀ 2022 ରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ତୃଣ ମୂଳ ସ୍ତରରୁ ଛାତ୍ର ମାନଙ୍କୁ ସଂଘଟିତ କରିବାପାଇଁ ବିଜେଡ଼ି ସୁପ୍ରିମୋ ଗୁରୁତ୍ୱ ଦେଇଛନ୍ତି।ଓଡ଼ିଶାର ପ୍ରତି ବ୍ଲକ ରେ ବିଜୁ ଛାତ୍ରଜନତା ଦଳ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।ସେହିପରି ବେଲଗୁଣ୍ଠା ବ୍ଳକ ଅଧୀନ ମଙ୍ଗଳପୁର ଗ୍ରାମ ପାୟତର ପୃର୍ବତନ ସରପଞ୍ଚ ତଥା ଦୃଢ଼ ସଂଘଠକ ସ୍ବର୍ଗତ ରାଜକିଶୋର ନାୟକ ଙ୍କ ସୁପୁତ୍ର ଜ୍ୟୋତି ରଞ୍ଜନ ନାୟକ କୁ ବ୍ଲକ ବିଜୁଜନତା ଦଳ ଛାତ୍ର ସଭାପତି ଭାବେ ଚୟନ କରାଯାଇଥିବାରୁ ବେଲଗୁଣ୍ଠା ଅଂଚଳରେ ଖୁସି ର ଲହର ଦେଖିବାକୁ ମିଳିଛି । ଆଜି ଜ୍ୟୋତିରଞ୍ଜଙ୍କୁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କୁଞ୍ଜବିହାରି ନାୟକ ଉପଢ଼କନ ଓ ଫୁଲ ତୋଡା ଦେଇ ସମ୍ନାନିତ କରିଛନ୍ତି। ସେହିପରି ମଙ୍ଗଳପୁର ପଞ୍ଚାୟତ ର ଯୁବ ବିଜେଡ଼ି ଡିଜିଟାଲ ସେକ୍ରେଟାରୀ ଭାବେ ମାଧବ ଚନ୍ଦ୍ର ଆପଟ ଓ ଛାତ୍ର ଡିଜିଟାଲ ସେକ୍ରେଟାରୀ ଭାବେ ହୃଷୀକେଶ ବିଶୋଇ ଙ୍କୁ ମଧ୍ୟ ସମ୍ନାନିତ କରିଥିଲେ। ଏନେଇ ବିଜେଡ଼ି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ଆସିକା ସାଂସଦ ପ୍ରମିଳା ବିଷୋୟୀ ,ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ,ବ୍ଲକ ସଭାପତି ପ୍ରଶାନ୍ତ କୁମାର ନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ବ୍ଳକ୍ ବିଜେଡ଼ି ସଭାପତି ପ୍ରଶାନ୍ତ ନାୟକ,ବ୍ଳକ୍ ଡ଼ିଜିଟାଲ ସମ୍ପାଦକ ବିଭୂପାଦ ଜେନା,ଜିଲ୍ଲାପରିଷଦ ସଭ୍ୟ ଅମିତ୍ ନାୟକ,ସରପଞ୍ଚ ରାଜେନ୍ଦ୍ର ଗୌଡ଼,47 ନୋ ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର , ପୃର୍ବତନ ସମିତି ସଭ୍ୟ ଵିଦ୍ୟାଧର ବିଶୋଇ,ରାଜ କୁମାର ବିଶୋଇ, ବଳରାମ ଖଟେଇ ,ପିତାମ୍ବର ଆପଟ,ସୁଧୀର ଆପଟ ,ପ୍ରିୟବ୍ରତ ପଳେଇ,ସରୋଜ ସ୍ୱାଇଁ,ଭଗବାନ ଖଟେଇ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି I ଏହି ପରିପକ୍ଷୀରେ ମଙ୍ଗଳପୁର ଗ୍ରାମ ପଂଚାୟତର ବହୁ ବିଜେପି ନେତା ବିଜେଡି ରେ ଯୋଗଦେଇଛନ୍ତି ।ପ୍ରକାଶ ଚନ୍ଦ୍ର ଖଟେଇ ,ହହିହର ନାଇକ,ସୀମାଞ୍ଚଳ ପ୍ରଧାନ,ସୁବାସ ଚନ୍ଦ୍ର ସ୍ୱାଇଁ,ହୃଷୀକେଶ ସ୍ୱାଇଁ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ