ଦାନ୍ତର ଲମ୍ବ ୩.୭୨ ସେ.ମି

କ୍ରୋଏସିଆର ୪୮ ବର୍ଷୀୟ ମିଜୋ ଭୋଡୋପିଜା ନାମକ ଜଣେ ବ୍ୟକ୍ତିିଙ୍କ ଦାନ୍ତ ବିଶ୍ୱର ସବୁଠାରୁ ଲମ୍ବା ଦାନ୍ତ ଭାବେ ଗିନିଜ ବୁକ୍ ଅଫ୍ ଦ ୱାର୍ଲଡ ରେକର୍ଡରେ ସାମିଲ ହୋଇଛି । ତାଙ୍କ ଦାନ୍ତ ଲମ୍ବ ୧.୪୬ ଇଞ୍ଜ ବା ୩.୭୨ ସେଣ୍ଟିମିଟର । ସବୁଠୁ ଲମ୍ବା ଦାନ୍ତ ପାଇଁ ପୂର୍ବରୁ ଗିନିଜ ରେକର୍ଡରେ ସାମିଲ ହୋଇଥିବା ଜଣେ ଭାରତୀୟଙ୍କ ଦାନ୍ତଠାରୁ ଏହା ଅଧ ମିଲିମିଟର ଅଧିକ ଲମ୍ବା । ଏତେ ଲମ୍ବା ଦାନ୍ତ ପାଇଁ ମିଜୋ ଖୁବ କଷ୍ଟ ପାଉଥିଲେ । ତାଙ୍କ ପାଟି ମଧ୍ୟ ଫୁଲିଥିଲା ବାରମ୍ବାର ଅତିଶୟ ଦାନ୍ତ ଯନ୍ତ୍ରଣା ଅଭିଯୋଗ ପରେ ଗତ ସେପ୍ଟେମ୍ବରରେ ଜର୍ମାନୀଠାରେ ଏକ ଘରୋଇ ଡାକ୍ତରଖାନାରେ ଦନ୍ତ ଚିକିତ୍ସକ ମ୍ୟାକ୍ସ ଲୁକାସ ଅସ୍ତ୍ରୋପଚାର କରି ମିଜୋଙ୍କ ଦାନ୍ତ ବାହାର କରିଛନ୍ତି । ଏକ୍ସ-ରେ ପରେ ଏତେ ଲମ୍ବା ଦାନ୍ତ ବିଷୟରେ ଜାଣି ଡାକ୍ତର ଏହାକୁ ଅନ୍ଧବିଶ୍ୱାସ ବୋଲି କହିଛନ୍ତି । ଗିନିଜ୍ ବୁକ୍ ପକ୍ଷରୁ ମିଜୋଙ୍କୁ ସବୁଠୁ ଲମ୍ବା ଦାନ୍ତର ଅଧିକାରୀ ଭାବେ ପ୍ରମାଣ ପତ୍ର ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ