ସେପ୍ଟେମ୍ବର ୬ରୁ ୧୮ ମଧ୍ୟରେ ଓଜେଇଇ ପରୀକ୍ଷା

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଆସନ୍ତା ସେପ୍ଟେମ୍ବର ମାସ ୬ ତାରିଖରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) । ଏହି ପରୀକ୍ଷା ସେହି ମାସ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଶୁକ୍ରବାର ଓଜେଇଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ତେବେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମାଧ୍ୟମରେ ସମସ୍ତ ବିଷୟରେ ପରୀକ୍ଷା ହେବ । ପ୍ରତ୍ୟେକ ଦିନ ୩ଟି ଲେଖାଏଁ ସିଫ୍ଟରେ ପରୀକ୍ଷା ହେବ କିନ୍ତୁ ମଝିରେ ଗଣେଶ ପୂଜା ଏବଂ ନିଟ୍‌ ପାଇଁ ଓଜେଇଇ ପରୀକ୍ଷା ହେବ ନାହିଁ । ତେବେ କେଉଁଦିନ କେଉଁ ପରୀକ୍ଷା ହେବ ତାହାର ପୂରା ଲିଷ୍ଟ ଓଜେଇଇର ୱେବ୍‌ସାଇଟ୍‌ରେ ପ୍ରକାଶ କରାଯାଇଛି । ସୂଚନା ଅନୁସାରେ ଚଳିତବର୍ଷ ରାଜ୍ୟର ସବୁ ଜିଲ୍ଲାରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର । ଏହାଛଡ଼ା ରାଜ୍ୟ ବାହାରେ ୩ଟି ସ୍ଥାନକୁ ଅନ୍‌ଲାଇନ୍‌ ପରୀକ୍ଷା କେନ୍ଦ୍ର ଭାବେ ସାମିଲ କରାଯାଇଛି । ରାଜ୍ୟ ବାହାରେ ପାଟନା, ରାଞ୍ଚି ଓ କୋଲକାତାରେ ପରୀକ୍ଷା କେନ୍ଦ୍ର ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ