ଉପକାରାଗାରରେ ଚକ୍ଷୁ ପରୀକ୍ଷା ଶିବିର

ଛତ୍ରପୁର,(ଓ୍ବାଇଏନଏସ): ଆଦାନି ଫାଉଣ୍ଡେସନ, ଗୋପାଳପୁର ପୋର୍ଟ ଲିମିଟେଡ୍‌ ଏବଂ “ଭିଜନ୍ ସ୍ପ୍ରିଙ୍ଗ”ର ମିଳିତ ସହଯୋଗରେ ଛତ୍ରପୁର ଉପକାରାଗାର ଏକ ସ୍ୱତନ୍ତ୍ର ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା। ଉକ୍ତ ଶିବିରରେ ମୋଟ ୧୧୬ ଜଣ ଅନ୍ତେବାସୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୫୦ ଜଣ ଅନ୍ତେବାସୀଙ୍କୁ ଦୃଷ୍ଟିଶକ୍ତିର ଉନ୍ନତି ନିମନ୍ତେ ଚଷମା ପ୍ରଦାନ କରାଯାଇଥିଲା। ଏହି ଶିବିରରେ  ଆଦାନି ଫାଉଣ୍ଡେସନ, ଗୋପାଳପୁର ପୋର୍ଟ   ଲିମିଟେଡ୍‌  ସିଏସ୍‌ଆର୍‌ ମୁଖ୍ୟ   ଦେବଦତ୍ତ ମିଶ୍ର,  ,   ଉପ କାରାଗାର ଅଧୀକ୍ଷକ ପ୍ରସନ୍ନ କୁମାର ସାହୁ, ଉପ-ସହକାରୀ କାରାପାଳ    ଭାଗୀରଥୀ ବେହେରା ଏବଂ ଅନ୍ୟାନ୍ୟ କାରାଗାର କର୍ମଚାରୀମାନେ ଉପସ୍ଥିତ ଥିଲେ।
ଶିବିରଟି ସଫଳତାର ସହିତ ସମ୍ପନ୍ନ ହୋଇଥିବା ବେଳେ ଅନ୍ତେବାସୀମାନେ ଏହା ଦ୍ୱାରା ବିଶେଷ ଭାବରେ ଉପକୃତ ହୋଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ