ଆର୍ଥିକ ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଯେନାଙ୍କୁ ଆର୍ଥିକ ହେରଫେର ଅଭିଯୋଗରେ ଭିଜିଲାନ୍ସ ଗୁରୁବାର ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତ ଦୀନବନ୍ଧୁକୁ କେନ୍ଦୁଝର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିବା ଭିଜିଲାନ୍ସ ତରଫରୁ ସୂଚନା ମିଳିଛି। କେନ୍ଦୁଝର ଭିଜିଲାନ୍ସ ଡ଼ିଏସପି ସୁଧାଂଶୁ ଶେଖର ପୂଜାରୀ କହିଛନ୍ତି ଯେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ନଂ ୧୧/୨୦୨୬ ପଞ୍ଜିକରଣ ହୋଇଥିଲା । ଗୁରୁବାର ଅଭିଯୁକ୍ତ ଦୀନବନ୍ଧୁଙ୍କୁ ପଚରାଉଚରା ପାଇଁ ଥାନାକୁ ଡକାଯାଇଥିଲା। ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ନାମରେ ୫ ଲକ୍ଷ ୮୨ ହଜାର ୧୪୧ ଟଙ୍କା ହେରଫେର କରିଥିବା ଅଭିଯୋଗ ରହିଛି। ସେ ଚାଷୀଙ୍କ ନାମରେ ଜାଲିଆତି କରି ଟଙ୍କା ଉଠାଣ କରିବା ଏବଂ ଚାଷୀଙ୍କ ଠାରୁ ଋଣ ଟଙ୍କା ଆଦାୟ କରି ହେରଫେର କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ