ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଯୁଗ୍ମ ସଚିବଙ୍କ ଗଞ୍ଜାମ ଗସ୍ତ

ଛତ୍ରପୁର,(ଓ୍ବାଇଏନଏସ):   ଗଞ୍ଜାମ ଜିଲାର ଉପକୂଳବର୍ତୀ ଅଚଂଳଗୁଡିକର ସାମଗ୍ରିକ ବିକାଶ, ପରିବେଶ- ଅନୁକୂଳ ଏବଂ ଆର୍ଥିକ ପ୍ରଗତି ,ସାମାଜିକ ବିକାଶ ପାଇଁ ସମନ୍ନିତ ଉପକୂଳ କ୍ଲଷ୍ଟର ବିକାଶ ପଦକ୍ଷେପ ମୂଳ ଲକ୍ଷ୍ୟ । ବିଶେଷ କରି ଉପକୂଳ ଅଚଂଳରେ ପ୍ରାକୃତିକ ବିପର୍ଯ୍ୟୟ,ସମୁଦ୍ର କୂଳ ଲଂଘିବା ଏବଂସ୍ଥାନୀୟ ଲୋକଙ୍କ ଜୀବିକା ସମସ୍ୟାକୁ ଦୃଷ୍ଟିରେ ରଖି ଏହି କ୍ଲଷ୍ଟର ଭିତିକ ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଏ । ଗଞ୍ଜାମ ଜିଲାର ଚିକିଟି,ରଙ୍ଗେଇଲୁଣ୍ଡା ,ଛତ୍ରପୁର ,ଗଞ୍ଜାମ ଓ ଖଲ୍ଲିକୋଟ ବ୍ଲକ ଉପକୂଳବର୍ତୀ ଅଚଂଳ । ଏହି ଅବସରରେ ଭାରତୀୟ ଅର୍ଥନୈତିକ ସେବା ଅଧିକାରୀ ତଥା ନିତୀ ଆୟୋଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଯୁଗ୍ମ ସଚ୍ଚିବ ଡ.କମଳା କାନ୍ତ ତ୍ରିପାଠୀ ଦିନିକିଆ ଗଞ୍ଜାମ ଗସ୍ତରେ ଆସି ଏହି ସବୁ ଉପକୂଳ ଅଚଂଳରେ ବସବାସ କରୁଥିବା ଲୋକମାନଙ୍କ କିପରି ବିକାଶ ହୋଇପାରିବ ସେନେଇ ଜିଲା ପ୍ରଶାସନର ବିଭିନ୍ନ ବିଭାଗ ସହ ଏକ ସମିକ୍ଷା କରିଥିଲେ । ଉଦ୍ୟାନ ବିଭାଗ,ମତ୍ସ୍ୟ ସମ୍ପଦ ଓ ପଶୁ ସମ୍ପଦ ଆଦି ବିଭିନ୍ନ ବିଭାଗକୁ ନେଇ ସମିକ୍ଷା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯେଉଁ ସବୁ ଯୋଜନା ରହିଛି ତାହା କିପରି ପ୍ରକୃତ ହିତାଧିକାରୀ ଲାଭ ଉଠାଇ ପାରିବେ । ସେମାନଙ୍କ ରୋଜଗାର ବୃଦ୍ଧି କରିବାକୁ ପଡିବା ଫଳରେ ଦାଦନ ସମସ୍ୟା ହ୍ରାସ ହେବ । ମୁଖ୍ୟମନ୍ତ୍ରୀ ମତ୍ସ୍ୟଜିବୀ କଲ୍ୟାଣ ଯୋଜନା, ବାୟୋ ଫ୍ଲଗ ମାଛ ଚାଷ,  ଗୋ ପାଳନ ଯୋଜନା, ଖାରିପାଣିରେ ମାଛ ଓ ଚିଙ୍ଗୁଡି ହାଚେରୀ ଆଦି ସମ୍ପର୍କରେ ସମିକ୍ଷା କରିଥିଲେ । ବ୍ଲୁ ଇକୋନୋମି ,ଇକୋ –ଟୁରିଜମ ଆଦି ଉପରେ ଗୁରୁତ୍ୱ ଦିଆଯାଇଛି । ସମୁଦ୍ର କୂଳିଆ ଦାଦନ ସମସ୍ୟାକୁ କମ କରିବା ପାଇଁ ଏହି କ୍ଲଷ୍ଟର ବିକାଶ ଏକ ସଞ୍ଜିବନି ସଦୃଶ କାମ କରିବ । ପରେ ଯୁଗ୍ମ ସଚ୍ଚିବ ଚିକିଟି ବ୍ଲକ ରାଧାମୋହନପୁର ଛତୁ ଫାର୍ମ ପରିଦର୍ଶନ କରି ସେମାନଙ୍କ ସହ ଆଲୋଚନା କରିଥିଲେ । ବ୍ୟବସାୟ ସମେତ କିପରି ବିକ୍ରି ବ୍ୟବସ୍ଥା ,ଆୟ ,ବ୍ୟାୟ ଆଦି ବିଷୟରେ ସେଠାରେ ଉପସ୍ଥିତ ଥିବା ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ପରେ ରଙ୍ଗେଇଲୁଣ୍ଡା ବ୍ଲକର ଟୁଳୁ ଗ୍ରାମରେ କିଆଁ ଫୁଳ ଚାଷ, ପଚଂମା ଠାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କରାଯାଇଥିବା ଗାଇ ଡାଏରୀ ପ୍ରକଳ୍ପ, ଛତ୍ରପୁର ବ୍ଲକ ବନ୍ଦର ଠାରେ ଥିବା ଚିଙ୍ଗୁଡି ହାଚେରୀ ପରିଦର୍ଶନ କରିଥିଲେ । ଚିଘୁଡି ହେଚାରୀ ରେ ସରକାରଙ୍କ ପକ୍ଷରୁ କଣ ସବୁ ସୁବିଧା ଦିଆଯାଇଛି ଏହା ର ବ୍ୟବସାୟ ସମ୍ପର୍କରେ ଆଲୋଚନା ପରେ ଗଞ୍ଜାମ ବ୍ଲକ ରାମଗଡ ପଚାଂୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ କରାଯାଇଥିବା ଅରକିଟ ଫୁଲ ଚାଷ ଦେଖିଥିଲେ । ଏହି ପରିଦର୍ଶନ ରେ ଗଞ୍ଜାମ ଜିଲାପାଳ ଭି.କିର୍ତି ଭାସନ, ସିଡିଓ ସମୀର ଜେନା, ଆଇଏଏସ ପ୍ରୋବେସନର ସରଣ୍ୟା ସରବଣା,  ନାବାଡର ଅଧିକାରୀ, ସିଡିଭିଓ, ମତ୍ସ୍ୟ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ