‘ରାମ ରାଜ୍ୟ ଫାଉଣ୍ଡେସନ’ ପକ୍ଷରୁ କ୍ଷୁଦ୍ର ଚଳଚିତ୍ର ପ୍ରତିଯୋଗିତା

ବାଲେଶ୍ୱର, (ସରୋଜ ପଣ୍ଡା): ‘ରାମ ରାଜ୍ୟ ଫାଉଣ୍ଡେସନ’ ପକ୍ଷରୁ ସହର ଉପକଣ୍ଠ କୁରୁଡ଼ାସ୍ଥିତ ସମ୍ଭାଗ ଭବନରେ ୭୫ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ରାଜ୍ୟସ୍ତରୀୟ କ୍ଷୁଦ୍ର ଚଳଚିତ୍ର ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱରର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଭାରତର ସଂହତି, ଅଖଣ୍ଡତା ଓ ସାର୍ବଭୌମତା ରକ୍ଷା କରିବାରେ ନାଗରିକର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଗୌରୀ ରଥ, ଭଗବାନ ଖଣ୍ଡେଲୱାଲ, ଉପେନ୍ଦ୍ର ବିଶ୍ୱାଳ, ଶିରୀଶ ହାତୀ, କେଶୁ ଦାସ, ଅରବିନ୍ଦ ବାରିକ, ସତ୍ୟବ୍ରତ ପଣ୍ଡା, ଆରିୟାନ ମିଶ୍ର ପ୍ରମୁଖ ଏଥିରେ ଯୋଗଦେଇ ରାମରାଜ୍ୟ ଫାଉଣ୍ଡେସନର ସଚେତନତା ଭିତ୍ତିକ କାର୍ଯ୍ୟ ଭୂୟସୀ ପ୍ରଶଂସା କରିଥିଲେ ।ଏହି ଅବସରରେ ସୁନାମଧନ୍ୟ କଳାକାରଙ୍କ ଦ୍ୱାରା ନିର୍ମିତ ଏକାଧିକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା । ରାମରାଜ୍ୟ ଫାଉଣ୍ଡେସନର ସଭାପତି ରଶ୍ମିରଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଂଗଠନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ