ବିଧାୟକ ପ୍ରତିନିଧିଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ- ମାଢିଆଳି ପଞ୍ଚାୟତକୁ ଆଜି ବିଧାୟକଙ୍କ ପ୍ରତିନିଧି ପ୍ରୟାସକାନ୍ତି ସାମଲ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷ କରି ଗମନାଗମନ, ପାନୀୟଜଳ, ଏନଆରଇଜିଏସ କାର୍ଯ୍ୟ ଓ ପକ୍କା ଗୃହ ନିର୍ମାଣ ବାବଦରେ ଶ୍ରୀ ସାମଲ ସରପଞ୍ଚଙ୍କ ସହିତ ଆଲୋଚନା କରିଥିଲେ। ଏହାଛଡା ପଞ୍ଚାୟତଟି ବୈତରଣୀ ନଦୀକୂଳରେ ଥିବାରୁ ବିଭିନ୍ନ ଗ୍ରାମର ସୁରକ୍ଷା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଚଳିତ ବର୍ଷ ପଥର କାମ ଆରମ୍ଭ ହେବ ବୋଲି ପ୍ରତିନିଧି ପଂଚାୟତ ବାସୀଙ୍କୁ ସୂଚନା ଦେଇଥିଲେ। ଏଥିପାଇଁ ବିଭାଗ ପକ୍ଷରୁ ନଅ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ବୈଠକରୁ ଜଣାପଡିଥିଲା। ଏନେଇ ଶ୍ରୀ ସାମଲ ଆଖୁଆପଦା ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଦିପ୍ତୀସୂର୍ଯ୍ୟ ବିଶ୍ୱାଳ, ସରପଞ୍ଚ ପ୍ରମିଳା ସାହୁ, ବିଶ୍ୱନାଥ ସାହୁ, ଗୋପାଳ କୃଷ୍ଣ ପଣ୍ଡା ଓ ପଞ୍ଚାୟତର ୱାର୍ଡ ସଭ୍ୟ, ବୃଦ୍ଧିଜୀବି, ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ