ସଦର ବିଜେପି ପକ୍ଷରୁ ସ୍ୱାଧୀନତା ଦିବସ
ବାଲେଶ୍ୱର,(ସରୋଜ ପଣ୍ଡା): ବିଜେପି ସଦର ଶାଖା ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ରବିବାର ସକାଳେ ପାଳିତ ହୋଇଯାଇଛି । ସହରର ଜିଲାସ୍କୁଲ ରୋଡ଼ସ୍ଥିତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ଭଗବାନ ଗୁପ୍ତା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜନଗଣ ମନ ଅଧିନାୟକ ଜାତୀୟ ସଙ୍ଗୀତ ଗାନ ପରେ ସ୍ୱାଧୀନତା ଦିବସ ପାଳନର ଆଭିମୁଖ୍ୟକୁ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ତଥା ବଳିଦାନକୁ ଉପସ୍ଥିତ କର୍ମକର୍ତ୍ତା ସଦସ୍ୟମାନେ ମନେ ପକାଇଥିଲେ । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତ ଏଥିରେ ଯୋଗଦେଇ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନକୁ ସାକାର ପାଇଁ ଦେଶର ବିକାଶକୁ ଆହୁରି ଆଗକୁ ନେବାକୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ବିଜେପି ନେତା ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, ସୀତାକାନ୍ତ ସ୍ୱାଇଁ, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ସୁଜିତ ଦେବ, ସତ୍ୟଜିତମିଶ୍ର, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ବିଜୟ ପାଣିଗ୍ରାହୀ, ଦୁକୁଲ ଘୋଡେଇ, ଆଶିଷ ଘୋଷ, ବିଭୁପଦ ଦାସ, ରାଜେନ୍ଦ୍ର ଚାଟାର୍ଜୀ, ସର୍ବେଶ୍ୱର ପାତ୍ର, ମାଧବାନନ୍ଦ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


