ଏସ୍ୟୁସିଆଇ କମ୍ୟୁନିଷ୍ଟ ନେତା ଉଦ୍ଧବ ଜେନାଙ୍କ ବିୟୋଗରେ ସମାଜବାଦୀ ପାର୍ଟିର ଶୋକ
ଭୁବନେଶ୍ୱର, (ୱାଇଏନ୍ଏସ୍): ବିଶିଷ୍ଟ କମ୍ୟୁନିଷ୍ଟ ନେତା, ଏସ୍ୟୁସିଆଇର ସମ୍ପାଦକ ମଣ୍ଡଳୀ ସଦସ୍ୟ ଓ ସର୍ବଭାରତୀୟ କୃଷକ ଓ କ୍ଷେତ ମଦଜୂର ସଂଘର ରାଜ୍ୟ ସଭାପତି ଉଦ୍ଧବ ଜେନାଙ୍କ ବିୟୋଗରେ ସମାଜବାଦୀ ପାର୍ଟି ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଓ ସମ୍ପାଦକ ସୁଦର୍ଶନ ପ୍ରଧାନ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ, ଶ୍ରୀ ଜେନା ଜଣେ ନିଷ୍ଠାପର, ଆଦର୍ଶ ରାଜନେତା ଥିଲେ । ଗରିବ, ଶୋଷିତ, ବଞ୍ôଚତଙ୍କ ଶ୍ରେଣୀ ସଂଗ୍ରାମରେ ସେ ନିଜକୁ ସମର୍ପିତ କରିଥିଲେ । ତାଙ୍କ ବିୟୋଗ ରାଜ୍ୟର ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କଲା ।


