ଭାରତୀୟ ଜନତା ଯୁବ ମୋର୍ଚ୍ଚା ଘୁମୁସର ସାଙ୍ଗଠିନିକ ଜିଲ୍ଲା ତରଫରୁ ସଂକଳ୍ପ ପଦଯାତ୍ରା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେଏମ ଓଡିଶା (BJYM Odisha) ଦ୍ୱାରା ରାଜ୍ଯ ଯୁବ ମୋର୍ଚ୍ଚା ସଭାପତି ଇରାଷିସ ଭାଇଙ୍କ ନିର୍ଦ୍ଦେଶ କ୍ରମେ ଘୁମୁସର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ହିଞ୍ଜିଳି ପୌର ପରିଷଦରେ ଆୟୋଜିତ “ଯୁବ ସଂକଳ୍ପ ପଦ ଯାତ୍ରା” ଅନୁଷ୍ଠିତ ହୋଇଯାଇଛି । ସକାଳ ୧୦ଘଣ୍ଟ ସମୟରେ ସ୍ଥାନୀୟ ବଇଞ୍ଚବଣିଆ ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ସମସ୍ତ ବିଜେପି କର୍ମୀ ଓ କର୍ମକର୍ତ୍ତା ଏକାଠି ହୋଇଥିଲେ ।ଏହି ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଯୁବା ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରମୋଦ ପଣ୍ଡାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସଂକଳ୍ପ ଯାତ୍ରା କାର୍ଯ୍ଯକ୍ରମରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ଜିତୁ ପଣ୍ଡା, ଜଗନ୍ନାଥ ଭୁୟାଁ, ରାଜ୍ଯ ଯୁବ ମୋର୍ଚ୍ଚା ସଂଯଜକ ରାଧା ପରିଡ଼ା, ରାଜ୍ଯ ଯୁବ ମୋର୍ଚ୍ଚା କାର୍ଯକାଣୀ ସଦସ୍ଯ ସରୋଜ ଭଂଜ, ଜିଲ୍ଲା ସାଧାରଣ ସଂପାଦକ ଅନିଲ ପଣ୍ଡା, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ରାକେଶ ରଥ, ପୂର୍ବତନ ଜିଲ୍ଲା ସାଧାରଣ ସଂପାଦକ ବନିନ୍ଦ୍ର ସାହୁ, ସମ୍ପାଦକ ଜୟଦେବ ଜେନା , ସଂଜୟ ପ୍ରଧାନ ସମେତ ବହୁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ। ଏହା ପରେ ଜଗନ୍ନାଥ ମନ୍ଦିର ନିକଟରୁ ବିଶାଳ ରାଲିରେ ସହର ପରିକ୍ରମା କରି ଶେଷରେ କାଳୀ ମନ୍ଦିର ନିକଟରେ ଏକଜୁଟ ହୋଇ ଥିଲେ ।ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରାଷ୍ଟ୍ରବାଦ ଭାବନାର ଲୋକାଭିମୁଖ କରାଇବା ନିମନ୍ତେ ରାଜ୍ୟ କାର୍ଯକାରିଣୀ ସଦସ୍ୟ ଶିଶିର ମିଶ୍ରି, ବରିଷ୍ଠ କାର୍ଯ୍ୟକର୍ତ୍ତା ଦେବାନନ୍ଦ ମହାପାତ୍ର , ମହେଶ ମହାନ୍ତି, ଜିଲ୍ଲା ଉପସଭାପତି ମାଧବ ଗୌଡ଼, ହିଂଜିଳିକାଟୁ ମଣ୍ଡଳ ନଗର ସଭାପତି ସନ୍ତୋଷ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ବିଜେପିର ବହୁ ବରିଷ୍ଠ କର୍ମୀ ଓ ଶତାଧିକ କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ