ଏଣିକି ଝିଅ ମାନେ ଏନଡିଏ ପ୍ରବେଶ ପରୀକ୍ଷା ଦେଇପାରିବେ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ଏଣିକି ଝିଅ ମାନେ ନେଶନାଲ ଡିଫେନ୍ସ ଏକାଡ଼େମୀ (ଏନଡିଏ) ପ୍ରବେଶ ପରୀକ୍ଷା ଦେଇପାରିବେ । ଏନେଇ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଏହି ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ମହିଳାଙ୍କୁ ସମାନ ଅବସର ପ୍ରଦାନ କ୍ଷେତ୍ରରେ ସେନାର ଉଦାସିନତା ମନୋବୃତି ସମ୍ପର୍କରେ ଆଲୋଚନା କରିଥିଲେ କୋର୍ଟ । ସେନା ନିଜର ଆଭିମୁଖ୍ୟରେ ପରିବର୍ତନ କରିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ୧୭ ଫେବୃଆରୀ ୨୦୨୦ ରେ ସୁପ୍ରିମକୋର୍ଟ ସେନାରେ ମହିଳାଙ୍କ କମାଣ୍ଡିଂ ପଦ ଉପରେ ସ୍ଥାୟୀ କମିଶନ ଦିଆଯିବା ନେଇ ନିର୍ଦ୍ଦେଶ ଜାରୀ କରିଥିଲେ । ଜଷ୍ଟିସ୍ ଡିବାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିଜର ନିଷ୍ପତି ଶୁଣାଇ କହିଥିଲେ ଯେ, ମହିଳାଙ୍କୁ ଯୁଦ୍ଧ ବ୍ୟତୀତ ସମସ୍ତ କ୍ଷେତ୍ରରେ ସ୍ଥାୟୀ କମିଶନ ଦିଆଯାଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ