ମମତାଙ୍କ ଗମ୍ଭୀର ଆରୋପ ମୋଦୀ ସରକାର ମୋ ଫୋନ୍ ଟ୍ୟାପିଂ କରୁଛନ୍ତି

କୋଲକାତା: ପଶ୍ଚିମବଙ୍ଗ ମୁୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କେନ୍ଦ୍ର ସରକାରଙ୍କ ଉପରେ ଏକ ଗମ୍ଭୀର ଆରୋପ ଲଗାଇଛନ୍ତି । ସେ ଅଭିଯୋଗ ଆଣି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଫୋନ୍ ଟ୍ୟାପିଂ କରୁଛନ୍ତି । ମୋଦୀ ସରକାରଙ୍କ ଏଜେନ୍ସିଂ ତାଙ୍କ ଫାନ୍ ଟ୍ୟାପିଂ କରୁଛନ୍ତି ବୋଲି ତାଙ୍କ ପାଖରେ ଉପଯୁକ୍ତ ପ୍ରମାଣ ରହିଛି ବୋଲି କହିଛନ୍ତି ମମତା । ହ୍ୱାଟସଆପ୍ ପ୍ରସଂଗରେ ନିଜ ବୟାନ ରଖି ମମତା ବାନାର୍ଜୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଲୋକସଭା ନିର୍ବାଚନ ସମୟରେ ଅତି କମରେ ମମତା କହିଛନ୍ତି କି “ଏବେ ଆଉ କିଛି ବି ସୁରକ୍ଷିତ ନୁହେଁ, ଏପରିକି ହ୍ୱାଟସଆପ୍ ମଧ୍ୟ । ପୂର୍ବରୁ ଧାରଣା ରହିଥିଲା ଯେ ହ୍ୱାଟସଆପରେ ଆମ ତଥ୍ୟ ସୁରକ୍ଷିତ । ମାତ୍ର ଏବେ ହ୍ୱାଟସ ବି ଭରସାଯୋଗ୍ୟ ନୁହେଁ । ମୁଁ ଚାହୁଛି ମୋଦୀ ସରକାର ଏହାର ତଦନ୍ତ କରାନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ