ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ ଓ ଅଧିକାରୀଙ୍କର ହେବ କୋଭିଡ୍ ଟେଷ୍ଟ

  • ନେଗେଟିଭ୍ ରିପୋର୍ଟ ଥିଲେ ମିଳିବ ପ୍ରବେଶ ଅନୁମତି

  • ଟିକା ନେଇନଥିଲେ ବିଧାନସଭାକୁ ମନା

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଆସନ୍ତା ସେପ୍ଟେମ୍ୱର ୧ରୁ ଓଡ଼ିଶା ବିଧାନସଭାର ଆଗାମୀ ମୌସୁମୀ କାଳୀନ ଅଧିବେଶନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ବିଧାନସଭାର ସମସ୍ତ ସଦସ୍ୟ ମାନଙ୍କର କୋଭିଡ୍ ଟେଷ୍ଟ କରାଯିବ । ମନ୍ତ୍ରୀ ଓ ବିଧାୟକଙ୍କ ସମେତ ସେମାନଙ୍କ ଡ୍ରାଇଭର ଏବଂ ବ୍ୟକ୍ତିଗତ କର୍ମଚାରୀଙ୍କର ଆରଟିପିସିଆର୍ ଟେଷ୍ଟ କରାଯିବ । ଏହା ସହିତ ବିଧାନସଭାରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ମଧ୍ୟ ଆରଟିପିସିଆର୍ ଟେଷ୍ଟ ହେବ । କୋଭିଡ୍ ନେଗେଟିଭ ଥିବା ବିଧାୟକ ଓ ଅଧିକାରୀମାନଙ୍କୁ ହିଁ ବିଧାନସଭା ମଧ୍ୟରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ । ସମସ୍ତ ବିଧାନସଭା ସଭ୍ୟ, ସେମାନଙ୍କର ବ୍ୟକ୍ତିଗତ କର୍ମଚାରୀ, ବିଧାନସଭା ସଚ୍ଚିବାଳୟର ଅଧିକାରୀ ଓ କର୍ମଚାରୀ ଯେଉଁମାନେ ଥରେ ହେଲେ କୋଭିଡ ଟିକା ନେଇନାହାଁନ୍ତି ସେମାନଙ୍କୁ ବିଧାନସଭା ଭିତରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ବିଧାନସଭା ବାଚସ୍ପତି ସୂଚନା ଦେଇଛନ୍ତି । ଗୁରୁବାର ଦିନ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତି ଅନୁଯାୟୀ ବିଧାନସଭା ପରିସରରେ ଆଗାମୀ ଅଗଷ୍ଟ ୨୯,୩୦ ଏବଂ ୩୧ ତାରିଖ ଦିନ ପୂର୍ବାହ୍ନ ୮.୩୦ରୁ ଅପରାହ୍ନ ୧.୩୦ ଏବଂ ଅପରାହ୍ନ ୩ ଟା ରୁ ୫ଟା ପର୍ଯ୍ୟନ୍ତ ୨ ଟି ପର୍ଯ୍ୟାୟରେ କୋଭିଡ୍ ଟେଷ୍ଟ ହେବ । ବିଧାନସଭା ସଭ୍ୟମାନଙ୍କୁ ପ୍ରତ୍ୟହ ବିଧାନସଭା ଅଧିବେଶନ ଦିବସରେ ମାସ୍କ, ସାନିଟାଇଜର ଓ ଗ୍ଲୋବ୍ସ ପ୍ରଦାନ କରାଯିବ । କୋଭିଡ୍ ନେଗେଟିଭ ଥିବା ବିଧାୟକ ଓ ଅଧିକାରୀମାନଙ୍କୁ ହିଁ ବିଧାନସଭା ମଧ୍ୟରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ । କୋଭିଡ ଟିକା ନେଇନଥିବା ସଭ୍ୟ ଓ ଅଧିକାରୀମାନଙ୍କୁ ବିଧାନସଭା ଭିତରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ ନାହିଁ । ସମଗ୍ର ବିଧାନସଭାକୁ ସାନିଟାଇଜ କରିବା ପାଇଁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନକୁ ଦାୟିତ୍ୱ ଦିଆଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଭୁବନେଶ୍ୱର ମ୍ୟନିସିପାଲିଟି କରପୋରେସନର ଅତିରିକ୍ତ କମିଶନର ଏଲ. କେ ସେଠୀ, ନିର୍ଦ୍ଦେଶକ ଆର. ଏମ. ଆର.ସି ଡଃ ଏସ ପତି, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡଃ. ଲକ୍ଷ୍ମୀଧର ସାହୁ, ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଏସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ