ଦକ୍ଷିଣ ଓଡ଼ିଶାରେ ରେଲୱେର ବିକାଶ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର

ବ୍ରହ୍ମପୁର, (ଅନିଲ ମହାରଣା): ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵନି ବୈଷ୍ଣବଙ୍କ ଅଗଷ୍ଟ ୧୯ ତାରିଖ ଦିନ ହୀରାଖଣ୍ଡ ଏକ୍ସପ୍ରେସ ରେ ଭୁବନେଶ୍ୱର ରୁ କୋରାପୁଟ ରେଳ ଯାତ୍ରା କରୁଥିବା ସମୟରେ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ରେଲୱେ ର ବିକାଶ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଶାର ସର୍ବ ପୁରାତନ ରେଳ ଷ୍ଟେସନ ରେ ଟର୍ମିନାଲ ନିର୍ମାଣ ଓ ଉନ୍ନତି କରଣ, ବ୍ରହ୍ମପୁର-ଫୁଲବାଣୀ-ସମ୍ବଲପୁର, ଗୋପାଳପୁର-ରାୟଗଡା, ଗୋପାଳପୁର-ତାଳଚେର, ଗୋପାଳପୁର-ତାରାତାରିଣୀ-ବୁଗୁଡା-ନୟାଗଡ଼, ଗୁଣପୁର- ରାୟଗଡା, ଜୟପୁର-ମାଲକାନଗିରି-ନବରଙ୍ଗପୁର ରେଳପଥ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଦାବି କରାଯାଇଛି। ଏଥିସହ ଶିତଲାପଲ୍ଲୀରେ ୱାଗନ କାରଖାନା ପ୍ରତିଷ୍ଠା,ଏବଂ ବ୍ରହ୍ମପୁରରୁ ମୁମ୍ବାଇ, ସୁରତ ଓ ଦିଲ୍ଲୀ ପ୍ରଭୃତି ସ୍ଥାନକୁ ପ୍ରତିଦିନ ରେଳ ଚଳାଚଳ ପାଇଁ ମଧ୍ୟ ଦାବି କରାଯାଇ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ‘ଓଡ଼ିଶା ଡେଭଲପମେଣ୍ଟ ଫୋରମ୍’ ସଭାପତି ରାମ ପ୍ରସାଦ ତ୍ରିପାଠୀ, ଉପ ସଭାନେତ୍ରୀ ବବିତା ପାତ୍ର, ବରିଷ୍ଠ ସଦସ୍ୟ ଭି.ସୋମେଶ୍ୱର ରାଓ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ମାନସ ପାତ୍ର, ବି.ଶଙ୍କର ପାତ୍ର, ପ୍ରିତିଶ୍ ପାଣିଗ୍ରାହୀ, ଗୁରୁ ପଣ୍ଡା, ଗୁପ୍ତେଶ୍ୱର ଷଡ଼ଙ୍ଗୀ, ସ୍ଵରାଜ୍ୟ ସାହୁ, ସରୋଜ ପଟ୍ଟନାୟକ, ଟୁନା ମହାରଣା, ପ୍ରକାଶ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଅଳ୍ପ ଦିନ ମଧ୍ୟରେ ଫୋରମ ପକ୍ଷରୁ ଦିଲ୍ଲୀଯାଇ ରେଳ ବିଭାଗ ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସଭାପତି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ