ଡିସେମ୍ବର ୧୪ରୁ “ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ ଫେଷ୍ଟିଭାଲ’

ଭୁବନେଶ୍ୱର : ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ କୋଣାର୍କ ଠାରୁ ୮କେିଲାମିଟର ଦୂରରେ ଡିସେମ୍ବର ୧୪ରୁ ଜାରୁଆରି ୧୪ ପର୍ଯ୍ୟନ୍ତ ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ ଫେଷ୍ଟିଭାଲ ଅନୁଷ୍ଠିତ ହେବ ବୋଲି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକର ନିଷ୍ପତ୍ତି ଅନୁଯାୟୀ, ଏହା ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ହେବ । ଏକ ମାସ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକମାନଙ୍କ ରହିବା ପାଇଁ ବିଳାସପୂର୍ଣ୍ଣ ଟେଣ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ, ୱାଟର ୩ଡି ମ୍ୟାପିଂ, ଫୁଡ ଫେଷ୍ଟିଭାଲ, ରୋମାଞ୍ଚକର କ୍ରୀଡା, ଜଳ କ୍ରୀଡା ଭଳି ଆନ୍ତର୍ଜାତିକମାନର ବ୍ୟବସ୍ଥା ପର୍ଯ୍ୟଟକମାନଙ୍କ ପାଇଁ କରାଯିବ । ଏଥିସହିତ ପର୍ଯ୍ୟଟକମାନଙ୍କ ରହିବା ପାଇଁ ୫୦ଟି କୋଠରୀ ବିଶିଷ୍ଟ ବିଳାସପୂର୍ଣ୍ଣ ଟେଣ୍ଟ କଟେଜ ନିର୍ମାଣ କରାଯିବା ସହିତ ଜଳ, ବିଦ୍ୟୁତ, ପାର୍କିଂର ବ୍ୟବସ୍ଥା କରାଯିବ । ମେରାଇନ ଡ୍ରାଇଭର ଆଲାକୀକରଣ ସହିତ ଏହି ପର୍ଯ୍ୟଟନ ଅଞ୍ଚଳର ସୌନ୍ଦର୍ଯ୍ୟକରଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ