ଲାଏନ୍ସ କ୍ଳବର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଭଦ୍ରକ ଲାଏନ୍ସ କ୍ଳବର ୪୧ତମ ପ୍ରତିଷ୍ଠା ଦିବସ ଅବସରରେ ଧାମନଗର ବ୍ଲକ ଖଡ଼ିପଦା ପଞ୍ଚାୟତ କାଞ୍ଜିଆପାଳ ମହାପୁରୁଷ ଆଶ୍ରମରେ ଦାଇତ୍ୱ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲାଏନ୍ସ କ୍ଳବର ନବନିର୍ବାଚିତ ସଭ୍ୟମାନେ କାଞ୍ଜିଆପାଳ ମହାପୁରୁଷ ଆଶ୍ରମରେ ଆୟୋଜିତ କାର୍ଯ୍ୟକ୍ରମରେ ଦାଇତ୍ଵ ଗ୍ରହଣ ନେଇଥିଲେ। ଏହି ଅବସରରେ ଜିଲ୍ଲା ସଂଗଠନର ନୂତନ ନିର୍ବାଚିତ କର୍ମକର୍ତ୍ତାଙ୍କ ଦାୟିତ୍ବ ଗ୍ରହଣ କରିଥିଲେ। କ୍ଲବର ସଭାପତି ଅଶୋକ ମହାନ୍ତି, ସଂପାଦକ ସରୋଜ ଦାସ ଏବଂ କୋଷାଧ୍ୟକ୍ଷ ଭାବେ ବିଜୟ ଗୁପ୍ତା ଦାୟିତ୍ବ ନେଇଥିଲେ। ଲାଏନ୍ସ କ୍ଲବର ସଦସ୍ୟମାନେ ପହଞ୍ଚିବା ପରେ ସଭା ଆୟୋଜନ କରାଯାଇଥିଲା। ଏଥିରେ କ୍ଲବ ସଭାପତି ଅଶୋକ ନହାନ୍ତି ସଭାପତିତ୍ୱ କରିଥିଲେ। ଲାଏନ୍ସ କ୍ଲବର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ପ୍ରଫୁଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ଲବ କର୍ମକର୍ତ୍ତା ଶରତ ପ୍ରଧାନ ମୁଖ୍ୟ ବକ୍ତା, ପି. ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜାତୀୟ ସଂଗୀତ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମହାପୁରୁଷ ଆଶ୍ରମ ଗଠନରେ ଅବଦାନ ଲାଗି ସ୍ଥାନୀୟ ବାସିନ୍ଦା ନକୁଳଦେବ ଶାସ୍ତ୍ରୀଙ୍କୁ ସମ୍ମାନିତ କରିଥିଲେ। ଏହାପରେ କ୍ଲବର ସଦସ୍ୟମାନେ ଆଶ୍ରମ ଅନ୍ତେବାସୀଙ୍କ ଖେଳିବା ଲାଗି ଗୋଟିଏ ସ୍ଲାଇଡର ବା ଘୋଷରା ସିଢ଼ି ଦାନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ କ୍ଳବର ସଭ୍ୟ ଗୋବିନ୍ଦ ପ୍ରସାଦ ମୋରେ, ଓଁମପ୍ରକାଶ ପ୍ରକାଶ ଗୁପ୍ତା, ନିରଞ୍ଜନଲାଲ ଗୁପ୍ତା, ଦଲଜିତ ସିଂ, ଶୁଭ୍ରକାଶ ନାୟକ, ପ୍ରୀତିରଞ୍ଜନ ଦାସ, ବିଜୟ ଗୁପ୍ତା, ଅଶୋକ ପଟନାୟକ, ରେଣୁବାଳା ମହାନ୍ତି, ଗୀତାଞ୍ଜଳି ମହାନ୍ତି, ପ୍ରଣତି ଜେନା, ଲଷ୍ମୀଧର ବେହେରା, ଶରତ ମହାନ୍ତି ଏବଂ ଅନ୍ୟ ସଭ୍ୟମାନେ ଯୋଗ ଦେଇଥିଲେ। ଆଶ୍ରମର ସଂପାଦକ ମଦନମୋହନ ଦାସ, ଆଶ୍ରମ ସୁପରିଟେଣ୍ଡେଣ୍ଟ ଦେବିସ୍ମିତା ମହାନ୍ତି ପ୍ରମୁଖ ସେମାନଙ୍କୁ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ