ନିଆର ଢ଼ଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ: ବୃକ୍ଷକୁ ରାକ୍ଷୀ ବାନ୍ଧିଲେ ଈଶାଣେଶ୍ବର ପାଠାଗାର ଓ ମନ୍ଦିର କମିଟି ବୃନ୍ଦ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ଆଡପଡା ଈଶାଣେଶ୍ବର ପାଠାଗାର ଓ ମନ୍ଦିର କମିଟି ତରଫରୁ ବୃକ୍ଷ ରୋପଣ ସହ ଆଜି ନିଆରା ଢଙ୍ଗରେ ପାଳିତ ହୋଇଛି ପବିତ୍ର ରକ୍ଷା ବନ୍ଧନ। ଏହି ରକ୍ଷା ବନ୍ଧନ ରେ ଈଶାଣେଶ୍ବର କମିଟି ମାନେ ବୃକ୍ଷକୁ ସୁରକ୍ଷା କରିବା ନିମନ୍ତେ ସଂକଳ୍ପ କରିବା ସହ ରକ୍ଷା ଡୋର ବାନ୍ଧିଥିଲେ। ଆବାହନ କାଳରୁ ବିପଦ ଆପଦରେ ସୁରକ୍ଷା ନିମନ୍ତେ ଭଉଣୀ ତା ଭାଇ ହାତରେ ରକ୍ଷା ଡୋରି ବାନ୍ଧି ଆସୁଛି। ବର୍ତ୍ତମାନ ସାରା ବିଶ୍ୱରେ ଯେଉଁ ଭଳି ଅଭାବନୀୟ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି ତାର ପ୍ରଶାମନ ନିମନ୍ତେ ବୃକ୍ଷ ର ସୁରକ୍ଷା ଅପରିହାର୍ଯ୍ୟ। ତେଣୁ ଏହାର ସୁରକ୍ଷା ସଂକଳ୍ପ ପୂର୍ବକ ଈଶାଣେଶ୍ବର ପାଠାଗାର ଓ ମନ୍ଦିର କମିଟି ମାନେ ଗଛକୁ ରକ୍ଷା ବାନ୍ଧି ଭିନ୍ନ ଢ଼ଙ୍ଗରେ ରକ୍ଷା ବନ୍ଧନ ପାଳନ କରିଛନ୍ତି। ଈଶାଣେଶ୍ବର ପାଠାଗାର ଓ ମନ୍ଦିର କମିଟି ତରଫରୁ ଈଶାଣେଶ୍ବର ମନ୍ଦିର ପରିସରରେ ପୂର୍ବରୁ ଲାଗିଥିବା ବିଭିନ୍ନ ପ୍ରକାର ର ଗଛକୁ ରାକ୍ଷୀ ବନ୍ଧାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ଈଶାଣେଶ୍ବର ପାଠାଗାର ସଭାପତି ଶ୍ରୀ ବନମାଳୀ ପ୍ରଧାନ,ସରପଞ୍ଚ ଶ୍ରୀ ନୀଳମାଧବ ରାଉତ, ପାଠାଗାର କମିଟି ଡାକ ରାଉତ, ଶିବଶଙ୍କର ଜେନା, ଚନ୍ଦନ ରାଉତ, ସୁଧାଂଶୁ ଜେନା, ମାନସ ରଂଜନ ଜେନା, ଦିପକ ପ୍ରଧାନ, ଅମରେଶ ରାଉତ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ