ରାଜ୍ୟ ମରୁଡି ସମସ୍ୟା ପାଇଁ ସରକାର ତୁରନ୍ତ ଟାସ୍କ ଫୋର୍ସ ଗଠନ କରନ୍ତୁ : ସମୀର ମହାନ୍ତି
ଭୁବନେଶ୍ୱର, (ୱାଇଏନ୍ଏସ): ଚାଷୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ବିଜେପି ତରଫରୁ ଆସନ୍ନ ମରୁଡି ସ୍ଥିତି ଆକଳନ କରିବା ପାଇଁ ୪ଟି ଟିମ୍ ଗଠନ ହୋଇଛି । ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ନେତା ମନମୋହନ ସାମଲ, ବିରୋଧୀ ଦଳ ମୁଖ୍ୟ ସଚେତକ ବିଧାୟକ ମୋହନ ଚରଣ ମାଝୀ ଏବଂ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍ ବିଭିନ୍ନ ମରୁଡି ଅଂଚଳ ଗସ୍ତ କରି ସାଂପ୍ରତିକ ପରିସ୍ଥିତି ସଂପର୍କରେ ରିପୋର୍ଟ ପ୍ରଦାନ କରିବେ । ରିପୋର୍ଟ ହସ୍ତଗସ୍ତ ହେବା ପରେ କେଉଁ ଭଳି ଭାବେ ଚାଷୀକୁଳକୁ ସାହାଯ୍ୟ କରି ହେବ, ସେ ସଂପର୍କରେ ଆମେ ରାଜନୈତିକ ଖସଡା ପ୍ରସ୍ତୁତ କରିବୁ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇ କହିଛନ୍ତି ।
ଭାରତୀୟ ପାଣିପାଗ ସଂସ୍ଥା (ଆଇଏମ୍ଡି) ର ମରୁଡି ସମ୍ପର୍କରେ ବାରମ୍ବାର ପୂର୍ବାନୁମାନ ସତ୍ୱେ ବର୍ତମାନ ସୁଦ୍ଧା କୈାଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ରାଜ୍ୟ ସରକାର । ଘେଷଣା କରିଥିବା ବିଭିନ୍ନ ଜଳସେଚନ, ମେଗାଲିଫ୍ଟ ଇରିଗେସନ ଆଦି କୃଷକ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ଆସନ୍ନ ମରୁଡି ସ୍ଥିତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ୍ ଖବର ଅଛି ତ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ଦୀର୍ଘ ଦିନ ଧରି ସ୍ଥାୟୀ ସରକାର ଥିବା ସତ୍ୱେ ଆଜି ରାଜ୍ୟର ଚାଷୀକୁଳ ପାଣି ପାଇଁ ମୁଣ୍ଡରେ ହାତ ଦେଇ ବିଲ ମଝିରେ ବସି ରହିବା ଦୃଶ୍ୟ ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ହୋଇଛି । ଏହି ଦୃଷ୍ଟିରୁ ରାଜ୍ୟ ସରକାର ଏକ୍ସପର୍ଟମମାନଙ୍କୁ ନେଇ ତୁରନ୍ତ ଏକ ଟାସ୍କ ଫୋର୍ସ ଓ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିବା ସହ ଯୁଦ୍ଧକାଳୀନ ଭିତିରେ ମରୁଡି ଆସନ୍ନ ଜିଲ୍ଲାମାନଙ୍କରେ ନିକଟସ୍ଥ ଜଳ ଉତ୍ସ ସ୍ଥାନମାନଙ୍କରୁ ପାଣି ଯୋଗାଇ ଦେବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଦାବୀ କରିଛନ୍ତି । ଏଥି ସହ ବିଭାଗୀୟ ସଚିବମାନଙ୍କୁ ମରୁଡି ଆସନ୍ନ ଅଂଚଳକୁ ପ୍ରେରଣ କରି ସଂକଟର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ କରିବାକୁ ଶ୍ରୀ ମହାନ୍ତି ରାଜ୍ୟସରକାରଙ୍କ ନିକଟରେ ଦାବୀ ଜଣାଇଛନ୍ତି । ରାଜ୍ୟର ସମୁଦାୟ ୩୧୪ ବ୍ଲକ ମଧ୍ୟରୁ ୨୫୧ ଟି ବ୍ଲକର ମାତ୍ର ୩୫ ପ୍ରତିଶତ ଜମିକୁ ଜଳସେଚିତ କରାଯାଇପାରିଛି ବୋଲି ବିଧାନସଭା ଗୃହରେ ଜଳସେଚନ ମନ୍ତ୍ରୀ ଉତର ଦେଇଛନ୍ତି । ସେହିପରି ଗତ ୨୦୧୮ ମସିହାରେ ପୂର୍ବତନ ବିଧାୟକ କେ.ଭି.ସିଂହଦେଓଙ୍କ ପ୍ରଶ୍ନର ଜବାବରେ ରାଜ୍ୟର ସମୁଦାୟ ୮ଟି ବୃହତ ଜଳସେଚ ପ୍ରକଳ୍ପ ମଧ୍ୟରୁ ୮; ୯ଟି ମଧ୍ୟମ ଜଣସେଚ ପ୍ରକଳ୍ପରୁ ୯ଟି, ଏବଂ ବିଭିନ୍ନ କାରଣ ଦର୍ଶାଇ ବହୁ ସଂଖ୍ୟାରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅସଂପୂର୍ଣ୍ଣ ହୋଇ ପଡି ରହିଛି ବୋଲି ରାଜ୍ୟ ସରକାର ଜବାବ ରଖିଥିଲେ । ୧୫୪ଟି ମେଗାଲିଫ୍ଟ ପଏଂଟ ପ୍ରକଳ୍ପ ସ୍ଥାପନ କରାଯିବ ବୋଲି ଗତ ଚାରି ବର୍ଷ ତଳେ ଅର୍ଥାତ ୨୦୧୮ ମସିହାରେ ରାଜ୍ୟ ସରକାର ଘୋଷଣା କରିଥିଲେ ହେଁ ବର୍ତମାନ ସୁଦ୍ଧା ମାତ୍ର ୩୨ଟି ସଂପୂର୍ଣ୍ଣ ହୋଇଥିବାବେଳେ ୧୨୨ଟି ଅସଂପୂର୍ଣ୍ଣ ଭାବେ ପଡି ରହିଛି । ରାଜ୍ୟର ୧୦ ଲକ୍ଷ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇ ଦେବେ ବୋଲି ଗତ ୨୦୧୪ ଏବଂ ୨୦୧୭ ମସିହା ନିର୍ବଚନୀ ଇସ୍ତାହାରରେ ଶାସକ ବିଜେଡି ଘୋଷଣା କରିଥିଲେ ସୁଦ୍ଧା ବର୍ତମାନ ସୁଦ୍ଧା ମାତ୍ର ୧୮,୩୫୦ ହେକ୍ଟର ଚାଷଜମିକୁ ପାଣି ଯୋଗାଇଛୁ ବୋଲି ରାଜ୍ୟ ଚାଷୀକୁଳ ପ୍ରତି ଆଉ ଏକ ପ୍ରବଂଚନା ବୋଲି କହି ଶ୍ରୀ ମହାନ୍ତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।


