ମା ତାରାତାରିଣୀଙ୍କ ପୀଠର ବିକାଶ ମୂଳକ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମାପ୍ତ ହେବ ; ଜିଲ୍ଲାପାଳ
ଛତ୍ରପୁର (ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ମନ୍ଦିର ଓ ମନ୍ଦିର ଚତୁଃପାଶ୍ୱର୍ ର ବିକାଶ ଓ ଉନ୍ନତି ମୂଳକ କାର୍ଯ୍ୟ ଚାଲୁ ରହିଛି । ଏହାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ତୁହାକୁ ତୁହା ପରିଦର୍ଶନ କରି ତାଦାରଖ କରୁଛନ୍ତି । ଏହାସହ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ବୁଲି ଚାଲିଥିବା କାର୍ଯ୍ୟ ଗୁଡିକୁ ତାଦାରଖ କରୁଛନ୍ତି । ମା ତାରାତାରିଣୀଙ୍କ ପୀଠରେ ଚାଲିଥିବା ଏହି ବିକାଶ ମୂଳକ କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରାଯିବା ନେଇ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି । ଏଠାକୁ ବିଭିନ୍ନ ସମୟରେ ବହୁ ପର୍ଯ୍ୟଟକ ମାନେ ଆସିବା ସହ ମାଙ୍କ ଦର୍ଶନ କରି ଫେରୁଥିବାରୁ ମାଙ୍କ ଏହି ମନ୍ଦିର କେବଳ ଗଞ୍ଜାମ ଜିଲ୍ଲା ନୁହେଁ ଜିଲ୍ଲା ବାହାରେ ମଧ୍ୟ ପ୍ରସିଦ୍ଧ ଲାଭ କରିଛି ।


