ଯୁବବ୍ୟବସାୟୀ ଙ୍କ ଅକାଳବିୟୋଗ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ନିକଟସ୍ଥ ତୁଳସୀପୁର ଗ୍ରାମର ଯୁବ ବ୍ୟବସାୟୀ ଆର୍ତ୍ତତ୍ରାଣ ତ୍ରିପାଠୀ (୪୮) ଙ୍କ ର ଆଜି ପ୍ରାତଃ ରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ରେ ଅକାଳ ବିୟୋଗ ଘଟିଛି l ତାଙ୍କ ମରଶରୀର ତୁଳସୀପୁର ବାସଭବନ କୁ ଆସିବା ପରେ ବହୁ ବ୍ୟବସାୟୀ, ରାଜନୈତିକ ବ୍ୟକ୍ତି, ସାମ୍ବାଦିକ,ତାଙ୍କ ଘରକୁ ଯାଇ ତାଙ୍କ ଶେଷ ଦର୍ଶନ କରିବା ସହିତ ତାଙ୍କ ପରିବାର କୁ ସମବେଦନା ଜଣାଇଥିଲେ l ତୁଳସୀପୁର ଗାଁ ଶ୍ମଶlନ ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ତାଙ୍କ ପୁତୁରା ମୁଖାଗ୍ନି ଦେଇଥିଲେ l ତାଙ୍କୁ ସଂମ୍ମାନ ଜଣାଇ ଆଜି ଦିନକ ପାଇଁ ତୁଳସୀପୁର ଲଷ୍ମୀ ବଜ଼ାର କୁ ବନ୍ଦ ରଖାଯାଇଥିଲା l ସ୍ବର୍ଗତ ତ୍ରିପାଠୀ ଜଣେ ସୁ ସଂଗଠକ, ବ୍ୟବସାୟୀ ହୋଇଥିବାବେଳେ ଜଣେ ସରଳ, ଅମାୟିକ ବ୍ୟକ୍ତି ଥିଲେ l ତାଙ୍କ ମୃତ୍ୟୁ ରେ ନିମାପଡା, ଚାରିଛକ, ନୟାହାଟ, କାକଟପୁର, ଅସ୍ତରଙ୍ଗ, କୋଣାର୍କ, ବାଙ୍ଗୁରିଗାଁ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି l


