ରନ୍ଧାମଦ ଜବତ ସହିତ ୩ଗିରଫ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଧାମନଗର ଅବକାରୀ ଥାନା ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବ୍ୟାପକ ପରିମାଣର ରନ୍ଧା ମଦ ସହିତ ଦୁଇଜଣଙ୍କୁ ଗିରଫ କରାଯାଇଛି । ଓଆଇସି ଜଗନ୍ନାଥ ମିଶ୍ରଙ୍କ ତତ୍ୱାବଧାନରେ ଆଜି ସକାଳୁ ବାରିକପୁର ଠାରେ ଚଢାଉ କରାଯାଇ ବେଆଇନ ରନ୍ଧାମଦ ବିକୁଥିବା ଅଭିଯୋଗରେ ରାଧାରାଣୀ ଜେନାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ନିକଟରୁ ୧୦ଲିଟର ମଦ ଜବତ ହୋଇଥିବା ସୂଚନା ଦିଆଯାଇଛି । ସେହିଭଳି ଭଣ୍ଡାରିପୋଖରୀ ଠାରୁ ୬୦ଲିଟର ରନ୍ଧାମଦ ଜବତ ହୋଇଥିବାବେଳେ ହରିହର ମୁଣ୍ଡାକୁ ଗିରଫ କରାଯାଇଛି । ଅନୁରୂପ ଭାବେ ଆଶିଷ ମହାନ୍ତିଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କ ନିକଟରୁ ୫୫ଲିଟର ରନ୍ଧାମଦ ଜବତ କରାଯାଇଥିବା ଜଣାଯାଇଛି । ଏନେଇ ଓଡିଶା ଅବକାରୀ ଆଇନ ଅନୁଯାୟୀ ୩ଗୋଟି ମାମଲା ରୁଜ୍ଜୁ ହୋଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚଢାଉରେ ଏଏସଆଇ ପୁରୁଷୋତ୍ତମ ମଲ୍ଲିକଙ୍କ ସମେତ ସୁବାଶିଷ ରାଉତ, ମୁରଲୀ ପ୍ରଧାନ, ଭବେଶ ଦାସ,ଦୀପକ ରାଉତ, ଜେମାମଣୀ ମୁଣ୍ଡା ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ