ନୂତନ ଶିକ୍ଷାଧିକାରୀଙ୍କୁ‘ୟୁଟିଆ’କର୍ମକର୍ତ୍ତାଙ୍କ ସ୍ୱାଗତ
ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲାର ନୂତନ ଶିକ୍ଷାଧିକାରୀ ଭାବେ ୦ଯୋଗଦାନ କରିଥିବା ବିଷ୍ଣୁ ପ୍ରସାଦ ସୂତାରଙ୍କୁ ଶିକ୍ଷକ ସଙ୍ଗଠନ ‘ୟୁଟିଆ’ ପକ୍ଷରୁ ଗୁରୁବାର ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ୟୁଟିଆର ସଭାପତି ଶିବ ପ୍ରସାଦ ବଳ, ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ମହାନ୍ତି, ସହ-ସମ୍ପାଦକ ହରିପଦ ପରିଡ଼ାଙ୍କ ସମେତ ବରିଷ୍ଠ ସଦସ୍ୟ ପ୍ରତାପ ଚନ୍ଦ୍ର ଦେ, ପୂର୍ଣ୍ଣଚନ୍ଦ୍ର ଚାନ୍ଦ, ରଣଜିତ ହୁଇ, ରଶ୍ମିରେଖା ମହାନ୍ତି, ଉତ୍ତମ କୁମାର ଦାସ ପ୍ରମୁଖ ଶିକ୍ଷାଧିକାରୀ ଶ୍ରୀ ସୂତାରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସେହିଭଳି ଜାତୀୟ ସବୁଜ ବାହିନୀ ପକ୍ଷରୁ ମାଷ୍ଟର ଟ୍ରେନର କୃତିବାସ ବେଜ, ଅଜିତ କୁମାର ଦାସ, ସୁଧାଂଶୁ ଶେଖର ପାଞ୍ଜା, ରାଧାକୃଷ୍ଣ ମହାନ୍ତି ପ୍ରମୁଖ ସାକ୍ଷାତ କରିଛନ୍ତି ।


