ସମୁଦ୍ର ଗର୍ଭରେ ଡଙ୍ଗା ବୁଡି ଜଣେ ମତ୍ସ୍ୟଜୀବୀ ନିଖୋଜ, ୫ ଉଦ୍ଧାର

କୋଣାର୍କ (ଗଣେଶ ବେହେରା): ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧୀନସ୍ଥ ଚନ୍ଦ୍ରଭାଗା ତେଲୁଗୁ ବସ୍ତିର ୬ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଏକ ବୋଟ ଚାଳିତ ଡଙ୍ଗା ଯୋଗେ ସକାଳ ସମୟରେ ସମୁଦ୍ର କୁ ମାଛଧରିବା ପାଇଁ ଯାଇଥିବା ବେଳେ ଡଙ୍ଗା ବୁଡି ଜଣେ ନିଖୋଜ ହୋଇଥିବା ବେଳେ ୫ଜଣଙ୍କୁ ଅଗ୍ନିସମ ବିଭାଗ ଉଧାର କରିଛନ୍ତି। ଖବରରୁ ପ୍ରକାଶ ଯେ କୋଣାର୍କ ଏନଏସି ଅନ୍ତର୍ଗତ ୮ନଂ ଓ୍ବାର୍ଡ ଚନ୍ଦ୍ରଭାଗା ତେଲୁଗୁ ବସ୍ତିର ପିକେ. ଆପଲରାଜୁ ଙ୍କ ସମେତ ୬ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ର କୁ ଯାଇଥିଲେ। ସମୁଦ୍ର ଅଶାନ୍ତ ଥିବାରୁ ଡଙ୍ଗା ଟି ସମୁଦ୍ର ଗର୍ଭରେ ବୁଡି ଯାଇଥିଲା। ଖବର ପାଇ ଚମ୍ପାହର ଅଗ୍ନିସମ ଅଧିକାରୀ ଓ ଚନ୍ଦ୍ରଭାଗା ମେରାଇନ ଥାନା କର୍ମଚାରୀ ୫ଜଣଙ୍କୁ ସୁରକ୍ଷିତ ଭାବେ ଉଧାର କରିଥିବା ବେଳେ ପିକେ ଆପଲରାଜୁ ଙ୍କ ପତ୍ତା ମିଳି ନ ଥିଲା। ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ବୋଟ ସାହାଯ୍ୟରେ ଅଗ୍ନିସମ ବିଭାଗ ଖୋଜାଖୋଜି କରିବା ପରେ ମଧ୍ୟ ନିଖୋଜ ମତ୍ସ୍ୟଜୀବୀ ଙ୍କ ପତ୍ତା ମିଳି ପାରିନାହିଁ। ଏହି ଘଟଣା କୁ ନେଇ ଚନ୍ଦ୍ରଭାଗା ତେଲୁଗୁ ବସ୍ତିରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ