ନିଖୋଜଥିବା ବ୍ୟକ୍ତିଙ୍କ ଶବ ଉଦ୍ଧାର

ଭଞ୍ଜନଗର (ସନ୍ତୋଷ ଜେନା): ତାରସିଂ ଥାନା ଅନ୍ତର୍ଗତ ଗାଲେରି ଫାଣ୍ଡି ଅଧିନ ବଦାଙ୍ଗି ଗ୍ରାମର ସନ୍ତୋଷ ନାୟକଙ୍କ ମୃତ ଦେହ ନିକଟସ୍ଥ ଦୋମୁହାଣୀ ଗ୍ରାମର ନଦୀ ପଠାରୁ ଉଦ୍ଧାର କରିଛି ପୋଲିସ। ଏ ନେଇ ୧୭/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଭଞ୍ଜନଗର ମେଡ଼ିକାଲ ରେ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗ କୁ ହସ୍ତାନ୍ତର କରାଯାଇଥିବା ଗାଲେରି ଫାଣ୍ଡି ଅଧିକାରୀ ଚନ୍ଦ୍ର ଶେଖର ବେହେରା ସୂଚନା ଦେଇଛନ୍ତି । ସନ୍ତୋଷ ଗତ ୨୭ ତାରିଖ ସନ୍ଧ୍ୟା ସମୟରେ ଵିଲରୁ କାମ ସାରି ନଦୀ ପାର ହୋଇ ଆସୁଥିବା ବେଳେ ବର୍ଷା ପାଣିରେ ଭାସିଯାଇ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ। ରବିବାର ସକାଳୁ ବଦାଙ୍ଗି ଠାରୁ ୪ କିମି ଦୂର ଦୋମୁହାଣୀ ନଦୀ ପଠା ରୁ ତାଙ୍କର ମୃତ୍ୟୁ ଦେହ ଠାବ ହେଇଛି।ଅପରପକ୍ଷରେ ମୃତ ସନ୍ତୋଷ ନାୟକଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ରୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ