ଆଖି ଯନ୍ତ୍ରଣାରେ ଛଟପଟ ବିକାଶ, ସରକାରୀ ସହାୟତା ପାଇଁ ନିବେେଦନ

ଭଞ୍ଜନଗର, (ସନ୍ତୋଷ ଜେନା) : ମାତ୍ର ଦୁଇ ବର୍ଷ ବୟସରେ ଆଖି ଡୋଳା ବାହାରକୁ ବାହାରି ଯନ୍ତ୍ରଣାରେ ଛଟପଟ ହେଉଛି ବିକାଶ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ବାରୁଡା ଗ୍ରାମର ଜୟରାମ ନାୟକର ୨ ବର୍ଷର ପୁଅ ବିକାଶ ଆଖି ଯନ୍ତ୍ରଣାରେ ପ୍ରତିଦିନ ଛଟପଟ ହେଉଥିବା ବେଳେ ଜୟରାମ ତାମିଲନାଡୁ ପଳାଇଛନ୍ତି। ପୁଅର ଚିକିତ୍ସା ପାଇଁ ଆଜି ପର୍ଯ୍ୟନ୍ତ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ମାଁ ରଞ୍ଜିତା ଗାଁର ଘରକୁ ପର ନିକଟରେ ବନ୍ଧା ପକାଇ ଏବେ ନିଜ ଭାଇ ଭାଉଜ ପାଖରେ ଆଶ୍ରୟ ନେଇଛନ୍ତି। ଏଭଳି ପରିସ୍ଥିତିରେ ବିକାଶ ଚିକିତ୍ସା ନିମନ୍ତେ ସରକାରୀ ସହାୟତା ପାଇଁ ନିବେେଦନ କରିଛନ୍ତି ରଞ୍ଜିତା। ରଞ୍ଜିତାର ୨ ପୁଅ ଏବଂ ଗୋଟିଏ ଝିଅ ସାନ ପୁଅ ବିକାଶ ଜନ୍ମ ହେବା ପରେ ସଂପୂର୍ଣ୍ଣ ସୁସ୍ଥ ରହିଥିଲା ହଠାତ୍ ତାକୁ ଏକ ବର୍ଷ ବୟସରେ ଜ୍ବର ହୋଇଥିଲା। ଆଖିରେ ସଂକ୍ରମଣ ହେବା ସହ ଆଖି ଲାଲ୍ ପଡି ବାମ ଡୋଳା ବାହାରକୁ ବାହାରିବା ଆରମ୍ଭ ହୋଇଥିଲା। ସେଠାରୁ ଶଙ୍କର ନେତ୍ରାଳୟକୁ ନେଇଥିଲେ। ଅର୍ଥାଭାବାରୁ ସ୍ବାମୀ ଦାଦନ ତାମିଲନାଡ଼ୁ ପଳାଇଥିବା ବୋଳେ ନିଜ ଭାଉଜଙ୍କୁ ସାଙ୍ଗରେ ନେଇ ରଞ୍ଜିତା ବିଭିନ୍ନ ମେଡିକାଲ୍କୁ ଘୂରି ବୁଲିଥିଲେ। ଭଞ୍ଜନଗର ଠାରୁ ଆରମ୍ଭ କରି ଜଗନ୍ନାଥପ୍ରସାଦ,ବ୍ରହ୍ମପୁର ବିଭିନ୍ନ ଡାକ୍ତରଖାନାରେ ତାର ଚିକିତ୍ସା କରାଇଥିଲେ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା ପରେ ବାଧ୍ୟ ହୋଇ ବାରୁଡ଼ା ଗ୍ରାମର ଘରକୁ ୨୦ ହଜାର ଟଙ୍କାରେ ବନ୍ଧା ପକାଇଛନ୍ତି। ଘର ବନ୍ଧା ପକାଇବା ପରେ ତିନି ସନ୍ତାନକୁ ସାଙ୍ଗରେ ନେଇ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ପଞ୍ଚାୟତର ଗୋଠଳି ଗ୍ରାମରେ ରହୁଥିବ ନିଜ ଭାଇ କବିରାଜ ନାୟକଙ୍କ ନିକଟରେ ଆଶ୍ରୟ ନେଇଛନ୍ତି। ବ୍ରହ୍ମପୁର ମେଡିକାଲ୍ ପକ୍ଷରୁ ଉତ୍ତର ଚକିତ୍ସା ନିମନ୍ତେ ଏମ୍ସ୍ ନେବା ପାଇଁ ରେଫର କରାଯାଇଥିବା ବେଳେ ଭୂବନେଶ୍ବର ନେଇ ପୁଅର ଚିକିତ୍ସା କରିବା ନିମନ୍ତେ ପାଖରେ ଆଉ ସମ୍ବଳ ନଥିବା ବେଇଳେ ଏକାକୀ ରଞ୍ଜିତା ପକ୍ଷେ ଏହା ସମ୍ଭବ ନଥିବାରୁ ଭାଗ୍ୟକୁ ଆଦରି ପୁଣି ଗ୍ରାମକୁ ଫେରିଛନ୍ତି। କୋମଳ ମତି ପୁଅ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସରକାରୀ ସହାୟତାରେ ବିକାଶ ଚିକିତ୍ସା କରିବା ନିମନ୍ତେ ରଞ୍ଜିତା କୋହଭରା କଣ୍ଠରେ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ