ବିରୋଧୀଙ୍କ ବିନା ଆଲୋଚନାରେ ୩ ଟି ବିଲ୍ ପାରିତ

ଭୁବନେଶ୍ୱର, ବିଧାନସଭାରେ ଗୋଟିଏ ଦିନରେ ୩ ଟି ବିଲ୍ ପାରିତ ହୋଇଛି । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଓଡିଶା ବସ୍ତି ବାସିନ୍ଦା ମାନଙ୍କର ଭୂମି ଅଧିକାର ସଂଶୋଧନ ବିଲ୍ , ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟ ବିଲ୍ ଓ ଓଡିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍ ପାରିତ ହୋଇଛି । ଏହାପରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆସନ୍ତା କାଲି ସକାଳ ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।ଦ୍ୱିତୀୟାର୍ଧ ବୈଠକ ଆରମ୍ଭ ହେବା ମାତ୍ରେ ବିଜେପି ଦଳର ବିଧାୟକ ମାନେ ବାଚସ୍ପତିଙ୍କ ଠାରୁ ଆଇନ ମନ୍ତ୍ରୀଙ୍କ ସମ୍ପର୍କରେ ରୁଲିଂ ଦାବି କରିଥିଲେ । ମାତ୍ର ବାଚସ୍ପତି ରୁଲିଂ ନ ଦେବା କାରଣରୁ ସେମାନେ ଗୃହର ମଧ୍ୟ ଭାଗରେ ଆସି ନାରାବାଜୀ ଜାରୀ ରଖିଥିଲେ ।ଅପର ପକ୍ଷରେ ବାଚସ୍ପତି ଗୃହ କାର୍ଯ୍ୟ ଜାରୀ ରଖିଥିଲେ । ଓଡିଶା ବସ୍ତି ବାସିନ୍ଦା ମାନଙ୍କର ଭୂମି ଅଧିକାର ସଂଶୋଧନ ବିଲ ଦ୍ୱାରା ଯେଉଁ ମାନେ ବସ୍ତି ମାନଙ୍କରେ ଦୀର୍ଘ ଦିନ ଧରି ବାସ କରୁଥିବେ ସେମାନଙ୍କୁ ୩୦ ବର୍ଗ ମିଟର ଜାଗା ଯୋଗାଇ ଦେବେ । ଯାହା କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ପାରିବେ । ଏହି ସଂଶୋଧନ ଆଇନ ଦ୍ୱାରା ବସ୍ତି ବାସିନ୍ଦାଙ୍କର ଭୂମି ଅଧିକାର ଓ ଗୃହ ନିର୍ମାଣ ସୁନିଶ୍ଚିତ କରାଯାଇ ପାରିବ ।ର ଦଖଲ କରାଯାଇଥିବା ଜମିର ପରିମାଣ ଯଦି ୩୦ ବର୍ଗ ମିଟରରୁ କମ ହୁଏ ଏବଂ ଯଦି ତାଙ୍କ ଦଖଲରେ ଥିବା ଜମିକୁ ଲାଗିଥାଇ କିଛି ଖୋଲାସ୍ଥାନଥାଏ ତେବେ ଦଖଲକାରୀଙ୍କ ପାଇଁ ଅନ୍ୟୁନ ୩୦ ବର୍ଗ ମିଟର ପରିମିତ ଜମି ଦିଆଯିବ ।ସେହିପରି ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟ ବିଲ ଦ୍ୱାରା ରାଜ୍ୟର ସମସ୍ତ ମେଡ଼ିକାଲ ଓ ପାରା ମେଡ଼ିକାଲ ଶିକ୍ଷାନୁଷ୍ଠାନ ଗୋଟିଏ ଅନୁଷ୍ଠାନ ଅଧିନକୁ ଆସିବ । ଏହି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ଅଧିକ ଗବେଷଣା ହୋଇ ପାରିବ ।ଏହାଦ୍ୱାରା ଓଡିଶାରେ ଥିବା ୫୦୦ରୁ ଉର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ ଯଥା ନର୍ସିଂ , ଫାର୍ମାସି, ଆଲାଏଡ୍ ମେଡିକାଲ ସାଇସ୍ , ଫିଜିଓଥେରାପି ଗୁଡିକୁ ସୂଚାରୁ ରୂପେ ନିୟନ୍ତ୍ରଣ କରିବ । ଉଚିତ ମାନର ଶିକ୍ଷା ପ୍ରଦାନ , ପ୍ରଶିକ୍ଷଣ ବ୍ୟବସ୍ଥା, ପାଠାଗାର, ଚିକିତ୍ସାଳୟ , ଫାକଲ୍ଟି ଆଦି ସୁନିଶ୍ଚିନ୍ତ ହୋଇପାରିବ । ଏହାର ତଦାରଖ କରିବା ପାଇଁ କୁଳପତି, କୁଳସଚିବ,ପରୀକ୍ଷା ନିୟନ୍ତ୍ରକ ମାନଙ୍କୁ ବିଶ୍ୱବିଦ୍ୟାଳୟର ଅଧିକାରୀ ରୂପେ ନିୟୋଜିତ କରାଯିବ । ଓଡିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ ମଧ୍ୟ ପାରିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ