ନଡ଼ିଆ ଉତ୍ପାଦନରେ ଭାରତ ବିଶ୍ୱରେ ତୃତୀୟ
ନୂଆଦିଲ୍ଲୀ, (ୱାଇଏନ୍ଏସ୍): କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଯେ, ଭାରତ ନଡ଼ିଆ ଉତ୍ପାଦନ କ୍ଷେତ୍ରରେ ଅନେକ ପ୍ରଗତି କରିଛି । ସେ କହିଛନ୍ତି ଯେ, ଭାରତ ନଡ଼ିଆ ଉତ୍ପାଦନ ଓ ଉତ୍ପାଦକତାରେ ସବୁଠୁ ଆଗରେ ରହିଛି ଏବଂ ବିଶ୍ୱର ତୃତୀୟ ସ୍ଥାନରେ ରହିଛି ।
ତୋମର ଗୁରୁବାର ଦିନ ଅନ୍ତର୍ଜାତିୟ ନଡ଼ିଆ କମ୍ୟୁନିଟିର ସ୍ଥାପନା ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ କହିଛନ୍ତି ଯେ, ୨୦୨୦-୨୧ ରେ ଦେଶରେ ନଡ଼ିଆ ଉତ୍ପାଦନ ୨୧୨୦୭ ନିୟୁତ ନଟ ରହିଥିଲା । ଯାହାକି ବୈଶ୍ୱିକ ଉତ୍ପାଦନର ୩୪ ପ୍ରତିଶତ । ଉତ୍ପାଦକତା ପ୍ରତି ହେକ୍ଟର ୯୬୮୭ ନଟ ରହିଛି । ଯାହାକି ବିଶ୍ୱରେ ସର୍ବାଧିକ ରହିଛି । ତେଣୁ ନଡ଼ିଆ ଉତ୍ପାଦନ କ୍ଷେତ୍ରରେ ଥିବା ସୁବିଧାର ଭରପୁର ଫାଇଦା ଉଠାଇବାକୁ ତୋମର ଚାଷୀମାନଙ୍କୁ ଆହ୍ୱାନ କରିଛନ୍ତି ।


