ଭୁବନେଶ୍ୱର ଅନ୍ଧାରୁଆରେ ପ୍ରତିଷ୍ଠା ହେବ ଆଇକନିକ ଆଦର୍ଶ ବିଦ୍ୟାଳୟ
ଭୁବନେଶ୍ୱର, ଭୁବନେଶ୍ୱର ଅନ୍ଧାରୁଆ ରେ ଆଇକନିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ । ୨୫ ଏକର ଜମି ରେ ପ୍ରତିଷ୍ଠା ହେବାକୁ ଥିବା ଏହି ବିଦ୍ୟାଳୟ ରେ ୫୦୦ ଛାତ୍ରଛାତ୍ରୀ ଙ୍କୁ ଯୁକ୍ତ ଦୁଇ ଶିକ୍ଷା ଦାନ କରାଯିବ । ରାଜ୍ୟରେ ଥିବା ୩୧୪ ଆଦର୍ଶ ବିଦ୍ୟାଳୟ ରୁ ବଛା ବଛା ଛାତ୍ର ଛାତ୍ରୀ ଏହି ସ୍କୁଲ ରେ ପଢିବାକୁ ସୁଯୋଗ ପାଇବେ । ଏହି ବିଦ୍ୟାଳୟ କୁ ଆସନ୍ତା ୫ ତାରିଖରେ ଉଦଘାଟନ କରାଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।


