ପୋଲିସ ନିରବ : ନିର୍ଯାତିତା ମହିଳାଙ୍କୁ ମିଳୁନି ନ୍ୟାୟ

ପୋଲସରା, (ଅନିଲ ମହାରଣା ): ଗତ ୨୯/୮/୨୧ ତାରିଖ ଦିନ ତାରିଖ ଦିନ ପୋଲସରା ଥାନା ଅନ୍ତର୍ଗତ ଖୁଣ୍ଟି ଖୁଣ୍ଟା ଗ୍ରାମର ମମତା ପରିଡା (୩୦)ଙ୍କୁ ତାଙ୍କର ଶାଶୁ ସୂର୍ଯ୍ୟକାନ୍ତି ପରିଡା, ଶ୍ବଶୁର ନରେନ୍ଦ୍ର ପରିଡା ଓ ସ୍ୱାମୀ ସତ୍ୟନାରାୟଣ ପରିଡା ମାଡ଼ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଳଜ କରି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ନେଇ ପୋଲସରା ଥାନାରେ ଲିଖିତ ଅଭିଯୋଗ ଦେଇଥିବା ବେଳେ ପୋଲିସ ନରବ ରହିଥିବା ଅଭିଯୋଗ ହେଉଛି। ପୋଲସରା ଥାନା ଅନ୍ତର୍ଗତ କଣଛାଇ ଗ୍ରାମ ପଞ୍ଚାୟତର ଖୁଣ୍ଟି ଖୁଣ୍ଟା ଗ୍ରାମର ନଗେନ୍ଦ୍ର ପରିଡାଙ୍କ ପୁଅ ସତ୍ୟନାରାୟଣ ପରିଡାଙ୍କୁ ପ୍ରାୟ ୧୦ ବର୍ଷ ପୂର୍ବେ ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ଗ୍ରାମର ହାଡୁବନ୍ଧୁ ଜେନାଙ୍କ ଝିଅ ମମତାଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା। ବର ଘରର ଦାବି ମୁତାବକ ଜାନିଯୌତୁକ ଦେଇଥିଲେ କନ୍ୟାଙ୍କ ପିତା। ପ୍ରାୟ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ମମତା ମାଆ ହୋଇପାରି ନଥିବା ଜଣାପଡିଛି। ଅଧିକ ଯୌତୁକ ଆଣିବା ପାଇଁ ଶାଶୁ, ଶ୍ୱଶୁର ଓ ସ୍ୱାମୀ କହିବା ଯୋଗୁଁ ସେଥିରେ ମମତା ରାଜି ହୋଇ ନଥିଲେ। ଏଥିପାଇଁ ମମତାଙ୍କୁ ବହୁବାର ନିର୍ଯ୍ୟାତନା ଦିଆଯାଇଥିଲେବି ସେ ସହ୍ୟ କରି ରହିଯାଉଥିଲେ। ହେଲେ ଗତ ୨୮/୦୮/୨୧ ତାରିଖରେ ଦିନ ନିର୍ଯ୍ୟାତନା ଅସହ୍ୟ ହୋଇଥିଲା। ଶାଶୁ, ଶ୍ୱଶୁର ଓ ସ୍ୱାମୀ ତିନିହେଁ ମିଶି ମମତାଙ୍କୁ ମାଡ ମାରି ଓ ଗାଳିଗୁଲଜ କରିବା ସହ ଏକ ଘରେ କବାଟ ଦେଇ ବନ୍ଦୀ କରି ରଖିଥିଲେ। କୌଣସି ସୂତ୍ରରୁ ମମତାଙ୍କ ବାପା ହାଡୁବନ୍ଧୁ ଏହି ଖବର ପାଇ ପୋଲସରା ଥାନାକୁ ଫୋନ କରି ଜଣାଇଥିଲେ। ପୋଲସରା ପୋଲିସ ଥାନା ଆଇଆଇସି ଙ୍କ ନିର୍ଦ୍ଦେଶ ପ୍ରକାରେ ଏକଗାଡିଧରି ମମତାଙ୍କ ବାପା ହାଡୁବନ୍ଧୁ ଖୁଣ୍ଟି ଖୁଣ୍ଟା ରାତ୍ରକୁ ଯାଇଥିବା ବେଳେ ସେଠାକୁ ପୋଲସରା ଥାନା ଏଏସଆଇ ଆସିଥିଲେ। ନିଜେ ପୋଲସରା ଥାନା ଏଏସଆଇ ବହୁବାର ଡାକିଥିଲେ ମଧ୍ୟ ମମତାଙ୍କ ଶ୍ବଶୁର ନାନା କଥା କହିବା ସହ ଖୋଲି ନଥିଲେ। କୌଶଳ କ୍ରମେ ଏଏସଆଇ ଗ୍ରୀଲ ଖୋଲିବା ପରେ ମମତାଙ୍କୁ ଆବଦ୍ଧ ଘରୁ ମୁକୁଳାଇ ପିତା ହାଡୁବନ୍ଧୁଙ୍କୁ ହସ୍ତାନ୍ତର କରିଥିଲେ। ଅଗଷ୍ଟ ୨୯ ତାରିଖ ଦିନ ସକାଳେ ମମତା ଓ ତାଙ୍କ ବାପା ହାଡୁବନ୍ଧୁ ପୋଲସରା ଥାନାକୁ ଯାଇ ଲିଖିତ ଅଭିଯୋଗ ଦେଇଥିଲେ। ପୋଲିସ ଏତଲା ଗ୍ରହଣ କରି ଏକ ମାମଲା ରୁଜୁ କରିଥିଲେ। ଏମଧ୍ୟରେ ପୋଲିସ ମମତାଙ୍କ ବାପା ହାଡୁବନ୍ଧୁଙ୍କୁ ଖୁଣ୍ଟି ଖୁଣ୍ଟା ଗ୍ରାମକୁ ଡାକି ମମତା ନେଇଥିବା ଜାନିଯୌତୁକରୁ କିଛି ଅଂଶ ଫେରାଇ ଥିଲେ। ଏତିକିରେ ପୋଲିସର କାମ ଶେଷ। ଏନେଇ ପୋଲସରା ଆଇଆଇସିଙ୍କୁ ଫୋନଯୋଗେ ବୁଝିବା ବେଳେ ସେ ପ୍ରଥମ ଦିନ ସେହି ତିନି ଜଣଙ୍କୁ ଥାନାକୁ ଆସିବାକୁ କୁହାଯାଇଥିବା କହିଥିବା ବେଳେ ଆଜି ଶୁକ୍ରବାର ଦିନ ଏହି କେସରେ କାହାକୁ ଗିରଫ କରାଯାଇପାରିବ ନାହିଁ ବୋଲି ମତ ପ୍ରକାଶ କରିବା ସହ କୋର୍ଟ ଯାହା ନିଷ୍ପତ୍ତି ନେବ ବୋଲି ପ୍ରକାଶ କରିଥିଲେ। ଜଣେ ବିବାହିତ ମହିଳାଙ୍କୁ ତାଙ୍କର ଶାଶୁ, ଶ୍ବଶୁର ଓ ସ୍ୱାମୀ ମିଶି ନିର୍ଯ୍ୟାତନା ଦେଇଥିବା ବେଳେ ଯଦି ପୋଲିସ ନିରବ ରହେ ତେବେ ପୋଲିସ ବିଭାଗ ପ୍ରତି ନିର୍ଯ୍ୟାତିତ ମହିଳାଙ୍କ ଆତ୍ମ ବିଶ୍ୱାସ ରହିବକି ? ପୋଲିସ ଯଦି ନିରବ ରହେ ତାହାହେଲେ ସମାଜରେ ନିର୍ଯ୍ୟାତିତ ମହିଳାଙ୍କୁ ସୁରକ୍ଷା ଦେବ କିଏ ? ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ମହୋଦୟ ଏହି କେସରେ ହସ୍ତକ୍ଷେପ କରିବାକୁ ମମତାଙ୍କ ବାପା ନିବେଦନ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ