ଧାନ ବ୍ୟବସାୟୀ’ଙ୍କ ଠାରୁ ୪୦’ହଜାର ଟଙ୍କା ଲୁଟ୍

ରାଇରଙ୍ଗପୁର ( ଅକ୍ଷୟ ବିଶ୍ୱାଳ ): ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅନ୍ତର୍ଗତ ବଡ ଡାଳିମାରୁ ଜନୈକ ଧାନ ବ୍ୟସାୟୀ’ଙ୍କ ଠାରୁ ୪୦’ହଜାର ଟଙ୍କା ଲୁଟ୍ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବାଙ୍ଗରିପୋଷି ଅଞ୍ଚଳର ବୁଡାମରା ଗ୍ରାମର ଜନୈକ ଧାନ ବ୍ୟବସାୟୀ ବଡ ଡାଳିମା ଏସ୍.ବି.ଆଇ. ଏଟିଏମ୍ ରୁ ୩୦’ହଜାର ଟଙ୍କା କାଢି ପୂର୍ବରୁ ବ୍ୟାଗରେ ଥିବା ୧୦’ହଜାର ଟଙ୍କା ସହିତ ରଖି ବାଇକରେ ଯିବାକୁ ବାହାରୁ ଥିବାବେଳେ ଏକ ନମ୍ବର ବିହିନ କଳା ପଲସର ବାଇକରେ ଦୁଇଜଣ ଦୁର୍ବୃତ୍ତ ଟଙ୍କା ବ୍ୟାଗ ଛଡାଇ ନେଇ ଫେରାର ହୋଇଯାଇଥିଲେ। ଲୁଟ୍ ର ଶିକାର ଉକ୍ତ ବ୍ୟବସାୟୀ ଜଣକ ନିଜ ମୋଟର ସାଇକଲରେ ଦୁର୍ବତ୍ତ’ଙ୍କ ପିଛା କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଦ୍ରୁତ ଗତିରେ ଖସି ପଳାଇ ଥିଲେ।ପରେ ଘଟଣା ସମ୍ବନ୍ଧରେ ତିରିଂ ଥାନାରେ ଖବର ଦେବା ସହିତ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି। ତେବେ ଅଞ୍ଚଳରେ ପ୍ରତ୍ୟକ ଦିନ ଲୁଟ୍ ଓ ଚୋରୀ ଘଟଣା ଘଟି ଚାଲିଥିବାବେଳେ ପୋଲିସ୍ ପ୍ରଶାସନ ପାଇଁ ଲୁଟ୍ ଓ ଚୋରୀ ଘଟଣା ଉପରେ ରୋକ୍ ଲଗାଇବାକୁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ