ଫରେନ ଏକ୍ସଚେଞ୍ଜ ରିଜର୍ଭରେ ଡଲାର ବୃଦ୍ଧି

ମୁମ୍ବାଇ:ଦେଶର ବୈଦେଶିକ ମୁଦ୍ରା ବିନିମୟ ଭଣ୍ଡାର ଫରେନ ଏକ୍ସଚେଞ୍ଜ ରିଜର୍ଭରେ ଅଗଷ୍ଟ ୨୭ରେ ଶେଷ ହୋଇଥିବା ସପ୍ତାହରେ ୧୬.୬୬ ବିଲିୟନ ଡଲାର ବୃଦ୍ଧି ପାଇବା ଫଳରେ ମୋଟ ପରିମାଣ ରେକର୍ଡ ୬୩୩.୫୬ ବିଲିୟନ ଡଲାର ହୋଇଛି। ସ୍ୱତନ୍ତ୍ର ପ୍ରତ୍ୟାହାର ଅଧିକାର (ଏସଡିଆର) ବୃଦ୍ଧି ଯୋଗୁ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଭାରତକୁ ୧୨.୫୭ ବିଲିୟନ ଡଲାର ଅନୁଦାନ ଦେବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ବୁଧବାର କୁହାଯାଇଥିଲା। ଏସଡିଆର ହୋଲଡିଂ ହେଉଛି ଏକ ଦେଶର ବୈଦେଶିକ ମୁଦ୍ରା ବିନିମୟ ଭଣ୍ଡାରର ଏକ ଅଂଶ। ମୁଦ୍ରାପାଣ୍ଠି ପକ୍ଷରୁ ସଦସ୍ୟ ରାଷ୍ଟ୍ରଙ୍କୁ କୋଟା ପ୍ରକାରେ ଏସଡିଆର ଅନୁଦାନ ଦେଇଥାଏ।କଥିତ ସପ୍ତାହରେ ଦେଶର ଏସଡିଆର ହୋଲଡିଂ ୧୭.୮୬୬ ବିଲିୟନ ଡଲାରୁ ବୃଦ୍ଧି ପାଇ ୧୯.୪୦୭ ବିଲିୟନ ଡଲାର ହୋଇଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ହେଲେ ସଂରକ୍ଷଣର ଅନ୍ୟତମ ମୁଖ୍ୟଅଂଶ ଫରେନ କରେନ୍ସି ଆସେଟ ସେହି ସପ୍ତାହରେ ୧.୪୦୯ ବିଲିୟନ ଡଲାର ହ୍ରାସ ପାଇ ୫୭୧.୬ ବିଲିୟନ ଡଲାର ହୋଇଛି। ସ୍ୱର୍ଣ୍ଣ ସଂରକ୍ଷଣ ୧୯୨ ନିୟୁତ ଡଲାର ବୃଦ୍ଧି ପାଇ ୩୭.୪୪୧ ବିଲିୟନ ଡଲାର ହୋଇଛି। ମୁଦ୍ରା ପାଣ୍ଠିରେ ଦେଶର ସଂରକ୍ଷଣ ସ୍ଥିତି ୧୪ ନିୟୁତ ବୃଦ୍ଧି ପାଇ ୫.୧୧ ବିଲିୟନ ଡଲାର ହୋଇଛି। ବୈଦେଶିକ ମୁଦ୍ରା ବିନିୟମ ମୁଦ୍ରା ଭଣ୍ଡାର ବୃଦ୍ଧି ଅର୍ଥନୀତି ପାଇଁ ଶୁଭଙ୍କର ବୋଲି କୁହାଯାଉଛି। ଗଚ୍ଛିତ ଅର୍ଥକୁ ଦେଶର ଭିତ୍ତିଭୂମି ବିକାଶରେ ବିନିଯୋଗ କରିବା ପାଇଁ ମଧ୍ୟ ମତ ପ୍ରକାଶ ପାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ