ପ୍ରଥମବାର୍ଷିକ ନକ୍ ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଅନୁଷ୍ଠିତ : କୋଳିପଶି ଚାମ୍ପିଆନ୍

ଘଟଗାଁ, ( ୱାଇଏନ୍‌ଏସ୍‌): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଖୁଣ୍ଟା ଗ୍ରାମରେ ବାବା ବାଣେଶ୍ବର କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ପ୍ରଥମ ବାର୍ଷିକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଜାଗୁଆର୍ ଏଫ୍ .ସି ଢେଙ୍କିକୋଟ୍ କୁ ହରାଇ କୋଳିପଶି ଟିମ୍ ଚାମ୍ପିଆନ୍ ହୋଇଥିଲା | ସମ୍ପୁର୍ଣ୍ଣ ଖବର ଅନୁସାରେ ବାବା ବାଣେଶ୍ବର କ୍ଲବ୍ ଆନୁକୁଲ୍ୟରେ ଗତ ୩.୦୯.୨୦୨୧ରିଖ ଶୁକ୍ରବାର ଆରମ୍ଭ ହୋଇଥିଲା | ଏହି ଟୁର୍ଣ୍ଣାମେଣ୍ଟରେ ଏ.ବି.ସି.ଡି ମୋଟ୍ ୪ଟି ଗ୍ରୁପ୍ ରେ ମୋଟ୍ ୩୨ଟି ଅଂଶଗ୍ରହଣ କରିଥିଲେ | ପ୍ରଥମ ଦିନ ଏ ଗ୍ରୁପ୍ ରେ ନଳବିଲା ଟିମ୍ ଏ ଗ୍ରୁପ୍ ର ୭ଟି ଟିମ୍ କୁ ପଛରେ ପକାଇ ପ୍ରଥମ ଗ୍ରୁପ୍ ଚାମ୍ପିଆନ୍ ହୋଇ ପ୍ରଥମ ସେମିଫାଇନାଲିଷ୍ଚ ସ୍ଥାନ ହାତେଇଥିଲା | ଦ୍ବିତୀୟ ଦିନରେ ବି ଗ୍ରୁପ୍ ରେ କୋଳିପଶି ବି ଗ୍ରୁପ୍ ର ସମସ୍ତ ଟିମ୍ କୁ ପଛରେ ପକାଇ ଦ୍ବିତୀୟ ସେମିଫାଇନାଲିଷ୍ଟର ସ୍ଥାନ ହତେଇଥିଲା | ସି ଗ୍ରୁପ୍ ରେ ହରିଡାଗୋଠ ଟିମ୍ ସି ଗ୍ରୁପ୍ ର ସମସ୍ତ ଟିମ୍ କୁ ପଛରେ ପକାଇ ତ୍ରୁତୀୟ ସେମିଫାଇନାଲିଷ୍ଟର ସ୍ଥାନ ଅକ୍ତିଆର୍ କରିଥିଲା | ଡି ଗ୍ରୁପ୍ ରେ ଜାଗୁଆର୍ ଏଫ.ସି ଢେଙ୍କିକୋଟ୍ ଟିମ୍ ଚତୁର୍ଥ ସେମିଫାଇନାଲିଷ୍ଟର ସ୍ଥାନ ହାତେଇଥିଲା | ତେବେ ଗତକାଲି ପ୍ରଥମେ ନଳବିଲା ଓ କୋଳିପଶି ମଧ୍ୟରେ ପ୍ରଥମେ ସେମିଫାନାଲ୍ ମ୍ୟାଚ୍ ଅନୁଷ୍ଟିତ ହୋଇଥିଲା | ସେଥିରେ ନଳବିଲା ଟିମ୍ କୁ ହରାଇ କୋଳିପଶି ଟିମ୍ ପ୍ରଥମେ ଫାଇନାଲ୍ ରେ ପ୍ରବେଶ କରିଥିଲା | ପରେ ପରେ ଦ୍ବିତୀୟ ସେମିଫାଇନାଲ୍ ମ୍ୟାଚ୍ ହରିଡାଗୋଠ ଓ ଜାଗୁଆର ଏଫ.ସି ଢେଙ୍କିକୋଟ ମଧ୍ୟରେ ଅନୁଷ୍ଟିତ ହୋଇଥିଲା | ସେଥିରେ ହରିଡାଗୋଠ ଟିମ୍ କୁ ହରାଇ ଜାଗୁଆର ଏଫ.ସି ଢେଙ୍କିକୋଟ୍ ଟିମ୍ ଫାଇନାଲ୍ ରେ ପ୍ରବେଶ କରିଥିଲା | ଫାଇନାଲ୍ ମ୍ୟାଚ୍ ଜାଗୁଆର ଏଫ.ସି ଢେଙ୍କିକୋଟ୍ ଓ କୋଳିପଶି ମଧ୍ୟରେ ଅନୁଷ୍ଟିତ ହୋଇଥିଲା | ସେଥିରେ ଜାଗୁଆର ଏଫ.ସି ଢେଙ୍କିକୋଟ୍ କୁ ହରାଇ ପ୍ରଥମ ବାର୍ଷିକ ବାବା ବାଣେଶ୍ବର ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଚାମ୍ପିଆନ୍ ହୋଇଥିଲା | ଏହି ଟୁର୍ଣ୍ଣମେଣ୍ଟର ଫାଇନାଲ୍ ଦିନ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ଘଷିପୁରା ବ୍ଲକ୍ ପୂର୍ବତନ ଚ୍ୟାରମ୍ୟାନ୍ ଶ୍ରୀଯୁକ୍ତ ଦେବାଶିଷ୍ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ନାନୀତ ଅତିଥି ଭାବେ ଜିଲ୍ଲା ଯୁବ ବିଜୁ ଜନତା ଦଳର ଉପସଭାପତି ସେକ୍ ଇମ୍ରାନ୍, ସମାଜସେବୀ ସିକନ୍ ପାଢି ଯୋଗ ଦେଇ ଚାମ୍ପିଆନ୍ ଟ୍ରଫି ପ୍ରଦାନ କରିବା ସହିତ ଖେଳାଳୀ ମାନଙ୍କୁ ଉସ୍ଚାହିତ କରିଥିଲେ | ଅନ୍ୟପକ୍ଷରେ କ୍ଲବ୍ ର ରଣଜିତ୍ ପଲେଇ, ଯୋଗେଶ କୁମାର୍ ପଣ୍ଡା, ରାଜା ନାଏକ, ବାଘା ନାଏକ, ପ୍ରଦ୍ୟୁମ୍ନ ପଲେଇ, କୁନ୍ଥୁ ନାଏକ, ସଦା ନାଏକ, ନାଲୁ ନାଏକ ପ୍ରମୁଖ ଖେଳରେ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ