ପାଲିଆ ଛତ୍ରପୁର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଶିଶୁ ସମେତ ତିନି ଆହାତ
ଛତ୍ରପୁର (ଦେବଦତ୍ତ ମହାରଣା ): ପାଲିଆ ଛତ୍ରପୁର ନକଟ ଜାତୀୟ ରାଜପଥରେ ଏକ ଟ୍ରକ ଧକ୍କାରେ ଶିଶୁ ସମେତ ତିନି ଆହାତ ହୋଇଛନ୍ତି । ଆହାତ ମାନେ ହେଲେ ବଡ ଆର୍ଯ୍ୟପଲ୍ଲୀ ଗ୍ରାମର କେ. ଦିବ୍ୟା (୩୦), ପି. ଧରଣୀ (୨୮) ଓ ତାନବିକ୍ (୧) । ମିଳିଥିବା ସୂଚନା ଅନୁସାରେ ବଡ ଆର୍ଯ୍ୟପଲ୍ଲୀ ଗ୍ରାମରୁ ଏକ ସ୍କୁଟି ଯୋଗେ ତାମ୍ପରା ଯିବା ସମୟରେ ଏକ ଓଆର୧୭ ଆର ୧୦୯୪ ନମ୍ବର ବିଷିଷ୍ଠ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ସେମାନେ ଗୁରୁତର ଆହାତ ହୋଇ ରାସ୍ତା ପାଶ୍ୱର୍ରେ ପଡିରହିଥିଲେ । ପରେ ଛତ୍ରପୁର ର ମୁନା ସାହୁ ଓ ସୁନୀଲ ବେହେରାଙ୍କ ସହ ଯୋଗରେ ଏକ ଯାତ୍ରୀ ବୋଝେଇ ଅଟୋରେ ଆହାତ ମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଆହାତ ମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଛତ୍ରପୁର ଥାନାର ସବ ଇନସିପେକ୍ଟର ସିଲୁ ଧଳ ଧକ୍କା ଦେଇଥିବା ଟ୍ରକ ଓ ଡ୍ରାଇଭରକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି ।


