ବିଜେଡିରେ ଯୋଗଦେଲେ ୮୦ ପରିବାର : ଦୁର୍ବଳ ହେଉଛି ବିଜେପି

ପୋଲସରା, (ଅନିଲ ମହାରଣା):ପୋଲସରା ବ୍ଲକରେ ଦିନକୁ ଦିନ ବିଜୁ ଜନତା ଦଳ ସୁଦୃଢ ହେଉଥିବା ବେଳେ ବିଜେପି ଦୁର୍ବଳ ହେବାରେ ଲାଗିଛି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ବିଜେଡି ତାର ଋଣ କୌଶଳ ଆରମ୍ଭ କରି ଦେଇଛି। ରବିବାର ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ପଞ୍ଚାୟତର ଡୋଙ୍ଗରୀ ଗ୍ରାମରେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଙ୍କ ଉପସ୍ଥିତ ରେ ୮୦ ରୁ ଉର୍ଦ୍ଧ୍ବ ବିଜେପି ପରିବାର ବିଜେପି ଦଳ ପରିତ୍ୟାଗ କରି ବିଜେଡି ଦଳରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଡୋଙ୍ଗରୀ ଗ୍ରାମର ବିଜେପି ଦଳର ତୁଙ୍ଗ ନେତା ଜଗନ୍ନାଥ ବାଢେଇ ଙ୍କ ନେତୃତ୍ୱରେ ୮୦ ରୁ ଉର୍ଦ୍ଧ୍ବ ପରିବାର ବିଜେପି ଛାଡି ବିଜେଡି ଦଳରେ ସାମିଲ ହୋଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ଲୋକାଭିମୁଖୀ ପଦକ୍ଷେପ ଏବଂ ପୋଲସରା ବିଧାୟକ ଶ୍ରୀ ସାହୁ ଙ୍କ କାର୍ଯ୍ୟ ଦକ୍ଷତା ଓ ଜନ ସମ୍ପର୍କରେ ପ୍ରଭାବିତ ହୋଇ ବିଜେପି ପରିତ୍ୟାଗ କରି ବିଜେଡି ରେ ଯୋଗ ଦେଉଇଛୁ ବୋଲି ପ୍ରଲ୍ଲାଦ ପ୍ରଧାନ , ଅଲେଖ ସାହୁ , ଶଙ୍କର ଲେଙ୍କା , ରାମକୃଷ୍ଣ ପ୍ରଧାନ , ଜୟରାମ ପ୍ରଧାନ, ସୁବାସ ରଣା , ମଙ୍ଗୁଳୁ ସାହୁ ଓ ପ୍ରଫୁଲ୍ଲ ସାହୁ, ପ୍ରହଲ୍ଲାଦ ସାହୁ, ଅଚ୍ୟୁତାନନ୍ଦ ସାହୁ, ବିଭୁତି ସାହୁ, ଶଙ୍କର ଗୌଡ଼ ପ୍ରମୁଖ ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ସାହୁ ବିଜେଡିରେ ସାମିଲ ହୋଇଥିବା ନେତା ଓ କର୍ମୀ ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ବିଜେଡି ଦଳକୁ ସ୍ବାଗତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ବ୍ଲକ ସଂପାଦକ ଅଶୋକ କୁମାର ବିଷୋୟୀ , ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା , ସରପଞ୍ଚ ମନୋଜ କୁମାର ପ୍ରଧାନ, ଗୋପାଳ କୃଷ୍ଣ ସାହୁ ପ୍ରମୁଖଙ୍କ ସମେତ ବିଜେଡିର ବହୁ ତୁଙ୍ଗ ନେତା, ସରପଞ୍ଚ, ସମିତି ସଭ୍ୟ ଓ ବହୁ ବିଜେଡି କର୍ମୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ