ବିିଭିନ୍ନ ମନ୍ଦିରରୁ ଚୋରି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଧାମନଗର ଥାନା ପରେ ଏବେ ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଗତ ଦୁଇଦି ଧରି ମନ୍ଦିର ଚୋରି ବୃଦ୍ଧି ପାଇଛି । ମିଳିଥିବା ସୂଚନା ମୁତାବକ ରହଣିଆ ପଞ୍ଚାୟତ ରାଢୋ ବିଶେଶ୍ୱର ମନ୍ଦିର ଠାରୁ କେହି ଦୃବୃତ୍ତ ଗତକାଲି ରାତିରେ ବିଭିନ୍ନ ଠାକୁରୁ ସାମଗ୍ରୀ ଚୋରି କରିନେଇଛି । ଠାକୁର ସେବା ପାଇଁ ବ୍ୟବହୃତ ପିତ୍ତଳ ବାଲଟି, ଝାଞ୍ଜ, ନୋଟା, ଥାଳି, ଘଣ୍ଟ ପ୍ରମୁଖ ସାମଗ୍ରୀକୁ ଚୋରମାନେ ଲୁଟ କରିଛନ୍ତି । ଅନୁରୂପ ଭାବେ ସାନମାଳଦା, ଆଲିହା ଓ ହାଜିପୁର ଅଞ୍ଚଳରେ ଥିବା ଶିବମନ୍ଦିରରୁ ଦୃବୃତ୍ତ ମାନେ ଠାକୁର ସାମଗ୍ରୀ ଚୋରି କରିଥିବା ଜଣାପଡିଛି । ଖବର ପାଇ ଭଣ୍ଡାରିପୋଖରୀ ଥାନା ପକ୍ଷରୁ କ୍ଷେତ୍ର ପରିଦର୍ଶନ ହୋଇଥିବାବେଳେ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ।


