ପାଣି ସମସ୍ୟାର ସୁବ୍ୟବସ୍ଥା ଏବଂ ଏମନରେଗାରେ କାମ ଯୋଗାଇବା ଦାବି ନେଇ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ମହିଳା
ଛତ୍ରପୁର (ଦେବଦତ୍ତ ମହାରଣା):ଏମନରେଗା ଯୋଜନା ରେ କର୍ମ ନିଯୁକ୍ତି ପ୍ରଦାନ କରିବା ଓ ଭିକାରିପଲ୍ଲୀ ଗ୍ରାମ ପଂଚାୟତ ର ସାମିଆପଲ୍ଲୀ ବାରି ସାହିରେ ଥିବା ପାଣିର ଘୋର ଅଭାବ ର ସମାଧାନ ନେଇ ଆଜି ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି ଙ୍କ ନେତୃତ୍ୱ ରେ ମା କାଳୀ ଓ ମା ମଙ୍ଗଳା ମହିଳା ସଂଘ ର କର୍ମକର୍ତା, ସମିଆପଲ୍ଲୀ, ବାରି ସାହି ଓ ଲଷ୍ମୀନାରାୟଣ ପୁର ଗ୍ରାମ ର ମହିଳା ମାନେ ଜିଲ୍ଲାପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି l ସରକାରଙ୍କ ପକ୍ଷରୁ ଏମନରେଗାରେ ଜବ କାର୍ଡଧାରୀ ମାନଙ୍କୁ କାମ ଯୋଗାଇବା ନିମନ୍ତେ କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଭିକାରୀପଲ୍ଲୀ ପଂଚାୟତ ରେ ଏହାର ବ୍ୟତିକ୍ରମ ହୋଇଥିବା ସେମାନେ କହିଛନ୍ତି l ବାରି ସାହି ରେ ଦୀର୍ଘ ଦିନ ହେଲା ପାଣି ର ଘୋର ଅଭାବ ଥିଲେ ମଧ୍ୟ ଏହାର କୋଣସି ସୁବିଧା କରାଯାଇନାହିଁ l ଏନେଇ ୱାର୍ଡ ମେମ୍ବର, ସରପଞ୍ଚ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଜଣାଇଲେ ସୁଦ୍ଧା ସେମାନେ କର୍ଣ୍ଣପାତ କରୁନାହାନ୍ତି l ଯାହାଫଳରେ ଆମେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇବାକୁ ଆସିଛୁ ବୋଲି ମହିଳା ମାନେ କହିଛନ୍ତି l ଜିଲ୍ଲାପାଳଙ୍କ ଅନୁପସ୍ଥିତ ରେ ଏକ ଲିଖିତ ଦାବି ପତ୍ର ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ )ଅମୀୟ କୁମାର ସାହୁ ଙ୍କୁ ଭେଟି ପ୍ରଦାନ କରିଛନ୍ତି l ସେମାନଙ୍କ ଦାବି ଗୁଡିକ ତୁରନ୍ତ ସମାଧାନ ନକରାଗଲେ ଆଗାମୀ ଦିନରେ ରାଜରାସ୍ତା କୁ ଓଲ୍ଲାଇବାକୁ ବାଧ୍ୟ ହେବୁ ସେମାନେ ଚେତାବନୀ ଦେଇଛନ୍ତି l ଏହି ଦାବି ପତ୍ର ପ୍ରଦାନ ବେଳେ ମା କାଳୀ ମହିଳା ସଂଘ ର ସଭାନେତ୍ରୀ ଗୀତ ପ୍ରଧାନ, ସମ୍ପାଦିକା ରିତା ପ୍ରଧାନ, ମା ମଙ୍ଗଳା ମହିଳା ସଂଘ ର ସଭାନେତ୍ରୀ ନମିତା ପ୍ରଧାନ, ମଞ୍ଜୁଳା ବେହେରା, ପ୍ରତିମା ପ୍ରଧାନ, ରମା ପ୍ରଧାନ, ଝରା ପ୍ରଧାନ, ସୁକାନ୍ତି ପ୍ରଧାନ, ଉମା ପ୍ରଧାନ, ଯମୁନା ପ୍ରଧାନ, କାଞ୍ଚନ ପ୍ରଧାନ, ମନ୍ତ୍ରୀ ପ୍ରଧାନ, କୁନି ପ୍ରଧାନ, କୁମାରୀ ପ୍ରଧାନ ଙ୍କ ସମେତ ମହିଳା ମାନେ ଉପସ୍ଥିତ ଥିଲେ l


