ଅନେକ ରୋଗ ଦୂର କରିଥାଏ ଗହମ ଘାସ

ଔଷଧ ତିଆରି କରିବା ପାଇଁ ବ୍ୟବହାର କରାଯାଉଥିବା ଗହମର ଘାସରେ ଭିଟାମିନ୍‌, କ୍ୟାଲସିୟମ, ଆଇରନ୍‌, ମିନେରାଲ୍ସ, ଏମିନୋ ଏସିଡ୍ ଏବଂ ପ୍ରୋଟିନ୍ ରହିଥାଏ । ଯାହାକି ଅନେକ ରୋଗକୁ ନିୟନ୍ତ୍ରଣ କରିବା ସହ ରୋଗ ହେବା ଆଶଙ୍କାକୁ କମ୍ କରିଥାଏ । ଏବେ ଆସନ୍ତୁ ଜାଣିବା ଗହମର ଘାସ ଖାଇବା ଦ୍ୱାରା ଶରୀରକୁ ମିଳୁଥିବା ଫାଇଦା ବିଷୟରେ ।
୧.ଗହମର ଘାସରେ ଥିବା ବିଟା ଗ୍ଲୁକେନ୍ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ୟୁରିନ୍ ମାଧ୍ୟମରେ ବାହାରକୁ ବାହାର କରିଥାଏ । ଏହା ଦ୍ୱାରା ପେଟ ସବୁ ସମୟରେ ପୂରିବା ଭଳି ଅନୁଭବ ହୋଇଥାଏ । ଏପରି ହେବା ଦ୍ୱାରା ଆପଣ ଦରକାରଠାରୁ ଅଧିକ ଖାଦ୍ୟ ଖାଆନ୍ତି ନାହିଁ । ଯାହା ଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରଣ ହୋଇ ରହିଥାଏ ।
୨.ପ୍ରତିଦିନ ଏହାର ରସ ପିଇବା ଦ୍ୱାରା ଶରୀରରେ ରକ୍ତର ମାତ୍ରା ବଢ଼ିବା ସହ ହେମୋଗ୍ଲୋବିନ୍‌ର ସ୍ତର ଠିକ୍ ରହିଥାଏ । ଯାହା ଦ୍ୱାରା ଏନେମିଆ ହେବାର ଆଶଙ୍କା କମ୍ ହୋଇଥାଏ । ଏହା ଛଡ଼ା ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ ।
୩.ଯଦି ଆପଣ ଶୀଘ୍ର ଥକିଯାଉଛନ୍ତି, ତେବେ ଏହାର ରସ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ସକାଳ ସମୟରେ ଏହାର ଏକ ଗ୍ଲାସ ରସ ପିଇବା ଦ୍ୱାରା ସାରା ଦିନ ଆପଣ ଫୂର୍ତ୍ତି ଅନୁଭବ କରିବେ ।
୪.ଏଥିରେ ଥିବା ଭିଟାମିନ୍ ବି, ଏମିନୋ ଏସିଡ୍ ଏବଂ ଏନ୍‌ଜାଇମ୍ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ ।
୫.ଗହମର ଘାସ ଶରୀରରେ ଗ୍ଲୁକୋଜର ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଯାହା ଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ