ଗୁରୁକୁଳ ପୂଜାତ୍ସୋବ : ୩୪ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : ପବିତ୍ର ଗୁରୁ ଦିବସ ଅବସରରେ ହିଞ୍ଜିଳିକାଟୁ ପ୍ରାଥମିକ ଶିକ୍ଷକ କଲ୍ୟାଣ ସିମିତି ପକ୍ଷରୁ ରବିବାର ସ୍ଥାନୀୟ ପୌରାଞ୍ଚଳ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପରିସରରେ ଗୁରୁକୁଳ ପୂଜାତ୍ସୋବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ଶିକ୍ଷକ କଲ୍ୟାଣ ସମିତିର ସଭାପତି ପୁର୍ଣ୍ଣଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଯୋଗଦେଇ ଗୁରୁଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧର, ସମ୍ମାନିତ ଅତିଥି ଭାବେ ବିଆରସିସି ସୁଶିଲ କୁମାର ପାତ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳକୃଷ୍ଣ ପାତ୍ର, ବିନାୟକ ସେଠି ଓ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଇପିଲି ଋଷିଆ ମଞ୍ଚାସିନ ଥିଲେ । ମଞ୍ଚାସିନ ଅତଥି ମାନେ ଗୁରୁଦିବସ ପାଳନର ଯଥାର୍ଥତା ଓ ଆଧୁନିକ ଯୁଗରେ ଗୁରୁ ମାନଙ୍କ ଶିକ୍ଷାଦାନ ବ୍ୟବସ୍ଥା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଶିକ୍ଷକ ଜଗଦିଶ ଖାଡ଼ଙ୍ଗା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ସିମାଞ୍ଚଳ ବେହେରା ବିବରଣୀ ପାଠ କରିଥିଲେ । ଏହି ଅବସରରେ ଚଳିତ ଶିକ୍ଷାବର୍ଷରେ ଅବସର ଗ୍ରହଣ କରିଥିବା ୩୪ଜଣ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ସ୍ନେହଲତା ପଟ୍ଟନାୟକ, ଡ଼ି. ଗୌରୀ, ସଙ୍ଗିତା ପାଣିଗ୍ରାହୀ, ରିନା ପଣ୍ଡା, ଶିକ୍ଷକ ସୁରେନ୍ଦ୍ର ସାହୁ, ଗଙ୍ଗାଧର ପାଣିଗ୍ରାହୀ, ଜୟକୃଷ୍ଣ ଦାଶ, ସ୍ଥାନୀୟ ବ୍ଳକର ସମସ୍ତ ସିଆରସିସିଙ୍କ ସମେତ ବହୁ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ଶିକ୍ଷକ ଦିବ୍ୟସିଂହ ପାଠି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ