ଲକ୍ଷ୍ମୀପୁର ନିକଟ ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବୁଗୁଡ଼ା, (ଅନୀଲ କୁମାର ମହାରଣା): ସବୁଆଡ଼େ ପବିତ୍ର ଦଶହରା ପର୍ବ ପାଇ ଚଳଚଞ୍ଚଳ। ଏହିପରି ଏକ ପାର୍ବଣ ଦିବସରେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପୋଲିସ ଥାନା ଅନ୍ତର୍ଗତ ବୁଗୁଡ଼ା-ମୋଟାବାଡ଼ି ରାସ୍ତାର ଲକ୍ଷ୍ମୀପୁର ନିକଟ ରାସ୍ତାକଡ଼ରୁ ରକ୍ତାକ୍ତ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ବୁଗୁଡ଼ା ପୋଲିସ ଉଦ୍ଧାର କରିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ଯୁବକ ଜଣକ ହେଲେ ବୁଗୁଡ଼ା ସହରର ତଳ ଓଡ଼ିଆ ସାହିର ସନ୍ତୋଷ ରାଉତ (୩୨) ବୋଲି ଜଣା ପଡିଛି। ମୃତ୍ୟୁ ଯୁବକଙ୍କ ବେକକୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଛି। ତେବେ ହତ୍ୟାର ପ୍ରକୃତ କାରଣ ଓ ଏଥିରେ କେଉଁମାନେ ସମ୍ପୃକ୍ତ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରୁ ମୃତଦେହ ପୋଲିସ ଉଦ୍ଧାର କରି ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ମୃତ୍ୟୁ ଘୋଷଣା କଲାପରେ ମରଶରୀରକୁ ଜବତ କରି ବୁଗୁଡ଼ା ଥାନା ର କେଶ ପଞ୍ଜୀକୃତ ନଂ ୫୨୨/୨୬ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରି ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ଦୋଷୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ବୁଗୁଡ଼ା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ