ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ୍ ସେଠୀଙ୍କୁ ସମ୍ମାନିତ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବିବିଧା ଫାଉଣ୍ଡେସନ ଫର ଆର୍ଟ ଆଣ୍ଡ କଲଚର ପକ୍ଷରୁ ବୁଧବାର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ୍ ସେଠୀଙ୍କୁ ଉପଢୌକନ ସହ ଅଭିନନ୍ଦନ ପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ର ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସେଠୀ ଭିନ୍ନ ଢଙ୍ଗରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କ ପ୍ରିୟ ଭାଜନ ହୋଇପାରିଥିଲେ ବୋଲି କହିବା ସହ ତାଙ୍କ କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିଥିଲେ । ବିବିଧା ଫାଉଣ୍ଡେସନ୍ ର ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିବିଧା ଫାଉଣ୍ଡେସନ ଫର ଆର୍ଟ ଆଣ୍ଡ କଲଚର ର ସଦସ୍ୟ ରାମେଶ୍ୱର ପଣ୍ଡା, ଅନୁଷ୍ଠାନର ନୃତ୍ୟ ଗୁରୁ ଏମ୍ . ରବିନ୍ଦ୍ର ରେଡ୍ଡି, ଓ ଗୌତମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।